କିଟ ଛାତ୍ରୀ ଆତ୍ମହତ୍ୟା ପରର କାର୍ଯ୍ୟାନୁଷ୍ଠାନ

Feb 21, 2025 - 16:59
 0  3
କିଟ ଛାତ୍ରୀ ଆତ୍ମହତ୍ୟା ପରର କାର୍ଯ୍ୟାନୁଷ୍ଠାନ

କିଟ୍ ବିଶ୍ବବିଦ୍ୟାଳୟରେ ବି.ଟେକ ଛାତ୍ରୀ ପ୍ରକ୍ରିତି ଲାମସଲଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ର୍ନିଯାତନା ଦେବା ଘଟଣାରେ ଅଧିକ ଘନେଇବାରେ ଲାଗିଛି ବିବାଦ। କିଟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ହେଉଛି ଦାବି। ତେବେ ଏହି ଘଟଣାରେ ଗୁମର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୩ ଜଣିଆ ଉଚ୍ଚସ୍ତରୀୟ ସତ୍ୟ ଅନୁସନ୍ଧାନ କମିଟି ବୁଧବାର ଆରମ୍ଭ କରିଛି ତଦନ୍ତ।ଏହାରି ଭିତରେ କିଟ୍ ଛାତ୍ରୀ ପ୍ରକ୍ରିତିଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି ତାଙ୍କ ପରିବାର ସଦସ୍ୟଙ୍କୁ ।ଏହାରି ଭିତରେ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କରିଛନ୍ତି ବଡ଼ ଘୋଷଣା କରିଛନ୍ତି ଯେ ପ୍ରକ୍ରିତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ  ପ୍ରଦାନ କରାଯିବ ଏକ ମେଧାବୃତ୍ତି। ପ୍ରକ୍ରିତିଙ୍କ ବାପାଙ୍କ ପ୍ରସ୍ତାବ ଅନୁସାରେ ଏହି ମେଧାବୃତ୍ତି କେବଳ ପାଇବେ କିଟରେ ପଢୁଥିବା ନେପାଳର ମେଧାବୀ ଛାତ୍ରୀ। ଅପରାହ୍ନରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା, ଉଚ୍ଚ ଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ କ୍ୟାମ୍ପସ୍ ଗସ୍ତରେ ଆସି ଛାତ୍ରୀଛାତ୍ର, ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖଙ୍କୁ କରିଛନ୍ତି ପଚରାଉଚରା। ଏଥିସହ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିବା ସହ କରିଛନ୍ତି ଖୋଳତାଡ଼। ଏହାକୁ ନେଇ ଗଣମାଧ୍ୟମରେ ସତ୍ୟବ୍ରତ କହିଛନ୍ତି ଯେ କଲେଜର ବିଭିନ୍ନ ଲୋକ ଓ ପ୍ରଭାବିତ ଛାତ୍ରୀଛାତ୍ରଙ୍କ ସହ ହୋଇଛି ଆଲୋଚନା। ଏହା ପ୍ରଥମ ପରିଦର୍ଶନ l ଆଗକୁ ତଦନ୍ତ ଆଗେଇବ। ସେହିପରି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ମଧ୍ୟ କ୍ୟାମ୍ପସ୍ରେ ପହଞ୍ଚି କରିଛନ୍ତି ଅନୁସନ୍ଧାନ । ଅପରପକ୍ଷରେ କଲେଜ ମୁଖ୍ୟ ଫାଟକ ସାମ୍ନାରେ ବିଭିନ୍ନ ପ୍ଲାକାର୍ଡ ଧରି ଛାତ୍ରୀଛାତ୍ରମାନେ ଜାରି ରଖିଛନ୍ତି ଧାରଣା । ପୀଡ଼ିତାଙ୍କୁ ନ୍ୟାୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସରକାରଙ୍କ ତତ୍ତ୍ୱାବଧାନରେ ଏକ ଷ୍ଟୁଡେଣ୍ଟ କାଉନ୍ସିଲ୍ ବା ଶିକ୍ଷାର୍ଥୀ ପରିଷଦ ଗଠନ କରିବାକୁ ଦାବି କରିଛନ୍ତି ଛାତ୍ରୀଛାତ୍ରମାନେ । ସେହିପରି ନବନିର୍ମାଣ ଯୁବ ଛାତ୍ର ସଂଗଠନ(ଏନ୍ୱାଇସିଏସ୍) ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ୍ (ଏଆଇଏସ୍ଏଫ୍) ପକ୍ଷରୁ ମଧ୍ୟ କଲେଜ ସାମ୍ନାରେ ଦିଆଯାଇଛି ଧାରଣା।  ଆନ୍ଦୋଳନସ୍ଥଳରେ ପହଞ୍ଚି ଏନ୍ୱାଇସିଏସ୍ ରାଜ୍ୟ ସଂଯୋଜକ ଏମ୍.ଡି ମନୱର ଅଲ୍ଲୀଙ୍କ ସହ  ଆଲୋଚନା କରିଛନ୍ତି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ।

What's Your Reaction?

like

dislike

love

funny

angry

sad

wow