ଛାଡପତ୍ର ଖବର ଉପରେ ବ୍ରେକ୍‌ ଲଗାଇଲେ ଐଶ୍ୱର୍ଯ୍ୟା-ଅଭିଷେକ

Dec 6, 2024 - 13:06
 0  17
ଛାଡପତ୍ର ଖବର ଉପରେ ବ୍ରେକ୍‌ ଲଗାଇଲେ ଐଶ୍ୱର୍ଯ୍ୟା-ଅଭିଷେକ

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବ ଦୀର୍ଘ ଦିନ ଧରି ରହିଛି ଚର୍ଚ୍ଚାରେ। ବାସ୍ତବରେ ଏହି ଦମ୍ପତି ଅନେକ ସମୟରେ ଅଲଗା ଅଲଗା ଦେଖାଯାଆନ୍ତି। ଯେଉଁ କାରଣରୁ ଗୁଜବ ପ୍ରଚାରିତ ହେଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହିତ ଜୀବନ ଭଲରେ ଚାଲିନାହିଁ। ତେବେ ଅଲଗା ହେବାର ଗୁଜବ ଉପରେ ଏହି ଦମ୍ପତି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କିନ୍ତୁ ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ନୂତନ ଫଟୋ ସାମାଜିକ ଗଣମାଧ୍ୟମରେ ହେଉଛି ଭାଇରାଲ। ଯେଉଁଥିରେ ଏହି ଦମ୍ପତି ଏକାଠି ବହୁତ ଖୁସି ଦେଖାଯାଉଛନ୍ତି। ଏହା ସହିତ ଏହି ଦମ୍ପତି ସେମାନଙ୍କ ଅଲଗା ହେବାର ଗୁଜବ ଉପରେ ଲଗାଇଛନ୍ତି ବ୍ରେକ୍‌।କହୁରଖୁଛୁ ଯେ ଚଳଚ୍ଚିତ୍ର ନିର୍ମାତା ଅନୁ ରଞ୍ଜନ ତାଙ୍କ ଇନଷ୍ଟାରେ ଏକ ପାର୍ଟିର ଫଟୋ ଶେୟାର କରିଛନ୍ତି। ଫଟୋରେ ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ଏବଂ ଶାଶୁ ବୃନ୍ଦା ରାଜଙ୍କ ସହ ଫଟୋ କ୍ଲିକ କରୁଥିବା ଦେଖିବାକୁ ମିଳିଛି।

What's Your Reaction?

like

dislike

love

funny

angry

sad

wow