ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶ୍ବ ନେତାଙ୍କ ଶୁଭେଚ୍ଛା

Jan 21, 2025 - 13:46
 0  3
ଡୋନାଲ୍ଡ ଟ୍ରମ୍ପଙ୍କୁ ବିଶ୍ବ ନେତାଙ୍କ ଶୁଭେଚ୍ଛା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ନେଇଛନ୍ତି ଶପଥ। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ  ବିଚାରପତି ଜନ୍‌ ରବର୍ଟସ୍‌। ଆମେରିକୀୟ ସଂସଦ ଭବନ ଭିତରେ ଅନୁଷ୍ଠିତ ହୋଇଛି ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ।ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ ନେବା ପରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଅଭିନନ୍ଦନ । ପୁଣି ଥରେ ମିଳିତ ଭାବରେ କାର୍ୟ୍ୟ କରିବା ସହ ଏକ ଭଲ ଭବିଷ୍ୟତ ଗଠନ କରିବାକୁ ଅପେକ୍ଷା କରିଛି ବୋଲି ଲେଖିଛନ୍ତି ମୋଦି । ତେବେ ଭାରତର ପ୍ରତିନିଧିତ୍ବ କରୁଥିବା ଏସ୍‌.ଜୟଶଙ୍କରଙ୍କ ହାତରେ ମୋଦି ଏକ ସ୍ବତନ୍ତ୍ର ଚିଠି ପଠାଇଛନ୍ତି । ସେହିପରି ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ନୂଆ ସରକାର ପାଇଁ ଜଣାଇଛନ୍ତି ଶୁଭେଚ୍ଛା। ଏଥିସହ ଇସ୍ରାଏଲ, କାନାଡା, ବ୍ରିଟେନ ରାଷ୍ଠ୍ରନେତା ମଧ୍ୟ ଭିଡିଓ ବାର୍ତ୍ତା ଜରିଆରେ ଜଣାଇଛନ୍ତି  ଶୁଭେଚ୍ଛା।

What's Your Reaction?

like

dislike

love

funny

angry

sad

wow