ନିର୍ବାଚନୀ ରଣାଙ୍ଗନରେ ୯୯ ଥର!
1.
୭୯ ବର୍ଷ ବୟସରେ ୯୯ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଚର୍ଚ୍ଚାରେ ରହିଛନ୍ତି ପ୍ରାର୍ଥୀ ହସନୁରାମ ଆମ୍ବେଦକରୀ। ଏବେ ସୁଦ୍ଧା ସେ ଗୋଟିଏ ହେଲେ ବି ନିର୍ବାଚନରେ ଜିତିନଥିବା ବେଳେ ୧୦୦ ଥର ଲଢ଼ିବାର ଆଶା ରଖି ନେଇଛନ୍ତି ଏଭଳି ପଦକ୍ଷେପ । ୧୯୮୫ ମସିହାରୁ ୯୮ ଥର ନିର୍ବାଚନ ଲଢ଼ି ସେ ହୋଇ ଚାଲିଛନ୍ତି ପରାଜିତ । ତେବେ ଏଥର ଫତେହପୁର ସିକ୍ରିରୁ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ଭରିଥିବା ହସନୁରାମଙ୍କ ନାମାଙ୍କନ ପତ୍ରକୁ କରାଯାଇଛି ନାକଚ । ଶତାବ୍ଦୀର ମାଇଲଖୁଣ୍ଟକୁ ଛୁଇଁବାକୁ ସେ ଆଶା କରିଥିବା ବେଳେ, ତାଙ୍କୁ ଭୋଗିବାକୁ ପଡିଛି ନିରାଶା । ଫତେହପୁର ସିକ୍ରି ସୁଯୋଗ ହରାଇବା ଅର୍ଥ ଭାଗ୍ୟ ତାଙ୍କୁ ଦେଇଛି ଝଟ୍କା । ନିର୍ବାଚନରେ ଅଂଶଗ୍ରହଣ ପାଇଁ ତାଙ୍କର ଅଦମ୍ୟ ଆବେଗକୁ ସମ୍ମାନ ଦେଇ ଆମ୍ବେଦକରଙ୍କ ପରିବାର ଲୋକ ତାଙ୍କୁ ଦେଇ ଆସୁଛନ୍ତି ପୂର୍ଣ୍ଣ ସମର୍ଥନ । ତାଙ୍କ ନିଷ୍ଠାକୁ ସମ୍ମାନ କରିବା ସହ ପରିବାରର ପ୍ରତ୍ୟେକ ଲୋକ ଧରିଥିଲେ ତାଙ୍କ ହାତ ।ଜଣେ କିରାଣୀ ଏବଂ ମନରେଗା କର୍ମୀ ଭାବରେ କାର୍ଯ୍ୟ କରି ଆମ୍ବେଦକାରୀ କେବଳ ନିଜର ବ୍ୟକ୍ତିଗତ ରୋଜଗାରରୁ ହିଁ କରିଥାନ୍ତି ନିର୍ବାଚନ ପ୍ରଚାର ଖର୍ଚ୍ଚ । ଏବେ ସେ କହିଛନ୍ତି, “ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ମୋର ଉତ୍ସାହ, ମୁଁ ଏଥିପାଇଁ ନିଜ ହାତରୁ ଖର୍ଚ୍ଚ କରେ। ମୁଁ କାହାଠାରୁ ଆର୍ଥିକ ସହାୟତା କିମ୍ବା ସମର୍ଥନ ଲୋଡ଼େ ନାହିଁ। ମୁଁ ଜାଣେ ଯେ ମୁଁ ଜିତିବି ନାହିଁ, କିନ୍ତୁ ଏହା ମୋତେ ମତଦାନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେବେ ନିରୁତ୍ସାହିତ କରେ ନାହିଁ।” ସେ ଆତ୍ମବିଶ୍ୱାସ ରଖି କହିଛନ୍ତି, “ମୁଁ ଏକ ଶତକ କୀର୍ତ୍ତିମାନ ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ମୁଁ ମଧ୍ୟ ଜାଣେ ଯେ ମୁଁ ବୃଦ୍ଧବସ୍ଥାରେ ଉପନୀତ । ତଥାପି ମୁଁ ସଂସାର ଛାଡ଼ିବା ପୂର୍ବରୁ ହାସଲ କରିବି ମୋର ଲକ୍ଷ୍ୟକୁ ।’’
What's Your Reaction?






