ବଜାରରେ ଆକାଶଛୁଆଁ ହେବାରେ ଲାଗିଛି ସୁନା ଓ ରୁପା ଦର

ବଜାରରେ ଆକାଶଛୁଆଁ ହେବାରେ ଲାଗିଛି ସୁନା ଓ ରୁପା ଦର ।ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡ଼ିକରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୮୯ ,୮୧୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ହୋଇଛି ୮୪,୦୮୦ ଟଙ୍କା । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ହୋଇଛି ୬୯,୭୮୦ ଟଙ୍କା । ସେହିପରି ୧୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୫,୫୬୦ ଟଙ୍କା ହୋଇଛି । ୨୦ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୬,୬୭୦ ଟଙ୍କା ହୋଇଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିବା ପରେ ଗ୍ରାହକଙ୍କ କ୍ରୟ ବ୍ୟବହାରରେ କିଛିଟା ପରିବର୍ତ୍ତନ ଆସିଛି । କେବଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାହକମାନେ କିଣୁଛନ୍ତି ସୁନା ।ଅନ୍ୟପକ୍ଷରେ କେବଳ ନିବେଶ ପାଇଁ ୨୪ କ୍ୟାରେଟ୍ ସୁନା କିଣୁଥିବା ଗ୍ରାହକମାନେ ଭବିଷ୍ୟତରେ ଭଲ ଫେରସ୍ତ ପାଇବା ଆଶାରେ ସେମାନଙ୍କ କ୍ରୟ ଜାରି ରଖିଛନ୍ତି ବୋଲି ସୋରୁମ୍ ଅଧିକାରୀମାନେ ମତ ଦେଇଛନ୍ତି ।
What's Your Reaction?






