ବନ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

Sep 12, 2024 - 12:07
 0  1
ବନ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ବନ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏଥିନେଇ ସେ ଆଜି ଅପରାହ୍ଣରେ ଗସ୍ତ କରିବେ ମାଲକାନଗିରି । ହେଲିକପ୍ଟର ଯୋଗେ ସେ ଅପରାହ୍ଣ ୩ଟାରେ ସେଠାରେ ପହଞ୍ଚିବେ ବୋଲି ମିଳିଛି ସୂଚନା । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏଠାରେ ରହିବେ ଉପସ୍ଥିତ । ଏବେ ବନ୍ୟା ଜଳ ପ୍ରଶମିତ ହୋଇଥିଲେ ମଧ୍ୟ ହୋଇଛି ବ୍ୟାପକ କ୍ଷୟକ୍ଷତି। ଗଲା ଦୁଇଦିନ ହେଲା ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିବା ସହ କରୁଛନ୍ତି କ୍ଷୟକ୍ଷତି ସମୀକ୍ଷା । ବିପନ୍ନଙ୍କୁ ତତ୍‍କ୍ଷଣାତ୍‍ ସହାୟତା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow