ବିଗବସକୁ ନେଇ ଏଭଳି ପ୍ରତିକ୍ରିଆ ରଖିଛନ୍ତି କେଆରକେ

Jun 3, 2024 - 13:24
 0  4
ବିଗବସକୁ ନେଇ  ଏଭଳି ପ୍ରତିକ୍ରିଆ ରଖିଛନ୍ତି କେଆରକେ

ବିଗବସ୍ ଓଟିଟିର ତୃତୀୟ ସିଜନ୍ ଆରମ୍ଭ ହେବାକୁ ନେଇ ହେଉଛି ଆଲୋଚନା। ନିକଟରେ ରିଲିଜ୍ ହୋଇଛି ଏହି ସୋ ଏକ ନୂଆ ପ୍ରମୋ। ଯେଉଁଥିରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏଥର ବିଗବସ୍ ଓଟିଟିକୁ ସଲମାନ ଖାନ ନୁହେଁ ବରଂ ଅନିଲ କପୁର ଉପସ୍ଥାପନା କରିବେ। ଅନିଲ କପୁର ପ୍ରଥମ ଥର ପାଇଁ ଏହି ସୋ ଉପସ୍ଥାପନା କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ଅତିଥି ଭାବରେ ଏହି ସୋକୁ ଆସିଥିଲେ। ବିଗବସ୍ ସହିତ ତାଙ୍କର ଯୋଗଦାନକୁ ନେଇ ଅନିଲ କପୁରଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି କ୍ରମରେ ସଲମାନ ଖାନଙ୍କ ପ୍ରଶଂସକମାନେ ଦୁଃଖୀ ହୋଇଯାଇଛନ୍ତି।ଅଭିନେତାରୁ କ୍ରିଟିକ ‌ହୋଇଥିବା ବଲିଉଡ ତାରକା କେଆରକେ/ କମାଲ ରସିଦ ଖାନ ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ନିଜର ପ୍ରତିକ୍ରିୟା ଦେଇଥାଆନ୍ତି।  ବିଗବସ୍ ଓଟିଟିର ତୃତୀୟ ସିଜନ୍ ଆରମ୍ଭ ହେବାକୁ ନେଇ ଆଲୋଚନା ହେଉଥିବା ବେଳେ କେଆରକେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଗବସ ପ୍ରତିଯୋଗୀଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।ଏହି ପୋଷ୍ଟରେ ସେ ଲେଖିଛନ୍ତି, ଗତ ୧୭ଟି ସିଜନରେ ବିଗବସରେ ପାଖାପାଖି ୩୭୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିମଧ୍ୟରୁ ଆପଣ କେତେଜଣଙ୍କୁ ମନେ ରଖିଛନ୍ତି? ମୁଁ ନିଶ୍ଚିତ ଯେ ଯେଉଁମାନେ ଅଧିକ ଲୋକପ୍ରିୟ ପ୍ରତିଯୋଗୀ ସେମାନଙ୍କୁ ଛାଡ଼ି ଦେଲେ ଅନ୍ୟ ସଦସ୍ୟମାନେ ଆପଣଙ୍କ ମନେ ନଥିବେ।  ବିଗବସ କୌଣସି ପ୍ରତିଯୋଗୀଙ୍କୁ ଷ୍ଟାର କରିପାରିବ ନାହିଁ ହଁ କିଛି ପରିଚୟ ଦେଇ ପାରିବ।’

 

What's Your Reaction?

like

dislike

love

funny

angry

sad

wow