ବିଜେପି ସରକାର ଆସିବା ପରଠାରୁ ଓଡିଶାରେ ଆଇନ ଶୃଙ୍ଗଳା ସ୍ଥିତି ବିପର୍ଯ୍ୟସ୍ତ

Dec 3, 2024 - 16:32
 0  2
ବିଜେପି ସରକାର ଆସିବା ପରଠାରୁ ଓଡିଶାରେ ଆଇନ ଶୃଙ୍ଗଳା ସ୍ଥିତି ବିପର୍ଯ୍ୟସ୍ତ

ନିଜକୁ ଅସୁରକ୍ଷିତ ମଣୁଛନ୍ତି ରାଜ୍ୟବାସୀ। ଲୋକଙ୍କୁ ସୁରକ୍ଷା ଦେଇପାରୁନି ବିଜେପି ସରକାର।ବିଜେପି ଶାସନ କ୍ଷମତାକୁ ଆସିବା ପରଠୁ ବଢ଼ି ଚାଲିଛି ଅପରାଧ l ନିର୍ଭୟରେ ଖୋଲାଖୋଲି ବୁଲୁଛନ୍ତି ଅପରାଧୀ l ପୋଲିସ ପ୍ରତି ନାହିଁ ଡର କି ଭୟ । ବିଭିନ୍ନ ତଥ୍ୟକୁ ଆଧାର କରି ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମାତ୍ର ଛ ମାସରେ ଅପରାଧୀଙ୍କ ଚରାଭୂଇଁ ପାଲଟି ଯାଇଛି ଓଡ଼ିଶା, ଯାହାକୁ ନେଇ  ଉଦବେଗ ପ୍ରକାଶ ପାଇଛି ଗୃହରେ। ଏସବୁ ବ୍ୟତୀତ ଦଳୀୟ ଭିତ୍ତିରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ କରି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ।ବିଜେପି ଶାସନରେ ଭୁଶୁଡ଼ି ଯାଇଛି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଯାହାକି ଜୁନରୁ ନଭେମ୍ବର ଭିତରେ ହୋଇଛି ସାଂଘାତିକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଭାବେ ବିଧାନସଭାକୁ ଯେଉଁ ଉତ୍ତର ଦେଇଛନ୍ତି, ସେଥିରୁ ଏହା ହୋଇଛି ସ୍ପଷ୍ଟ  । ଗତ ୬ ମାସ ଭିତରେ ରୁଜୁ ହୋଇଛି ୫୦୯ ଦୁଷ୍କର୍ମ, ୪୧ ଦୁଷ୍କର୍ମ ଉଦ୍ୟମ, ୭୬୯ ନାବାଳିକା ଦୁଷ୍କର୍ମ, ୪୫୯ ହତ୍ୟା, ୧୬୧ ମହିଳା ହତ୍ୟା, ୯୨୪୮ ମହିଳା ନିର୍ଯାତନା, ୨୪ ଯୌତୁକ ହତ୍ୟା ଓ ୫୩୯୮ ଯୌତୁକ ଜନିତ ନିର୍ଯାତନା ମାମଲା । ଏହି ଉଦବେଗଜନକ ଆଇନ ଶୃଂଖଳା ପରିସ୍ଥିତି ନେଇ ବିଧାନସଭାରେ ସରକାରଙ୍କୁ ଘେରି ବିରୋଧୀ ଅଭିଯୋଗ କରିଛନ୍ତି ଯେ ଅପରାଧ ବଢୁଥିବା ସତ୍ତେ, ପୋଲିସ ସାଜିଛି ନୀରବଦ୍ରଷ୍ଟା। କଟକରେ ଦୁଷ୍କର୍ମ ମାମଲାରେ ଏତଲା ମଧ୍ୟ ରଖିଲାନି ପୋଲିସ ଯିଏକି ନିଜ କାମ ଆଦୌ ଠିକ ଭାବରେ କରୁନଥିବାରୁ ବଢ଼ିଛି  ଅପରାଧୀଙ୍କ ସାହାସ। ସବୁଠାରୁ ଦୁଃଖର କଥା ଯେ ବିଜେପି କର୍ମୀଙ୍କୁ  ଜାମିନ  ଦିଆଯାଉଥିବା ବେଳେ ବିଜେଡି କର୍ମୀଙ୍କୁ ପଠାଯାଉଛି ଜେଲ । ଭରତପୁର ଥାନା ମାମଲାରେ ସତ୍ୟପାଠ ପରେ ସତ୍ୟପାଠ ଦାଖଲ  ଚାଲିଛି । କିନ୍ତୁ ତଦନ୍ତରେ ଘଟୁ ନାହିଁ ସାମାନ୍ୟ ଅଗ୍ରଗତି। ସେହିଭଳି ଚିକିଟି ମଦ ମୃତ୍ୟୁ, ଆମ୍ବ ଟାକୁଆ ମୃତ୍ୟୁ ତଥା ରଥଯାତ୍ରା ବିଭ୍ରାଟ ତଦନ୍ତରେ ଅଗ୍ରଗତି ମୋଟୁରୁ ନାହିଁ କହିଲେ  ହେବନାହିଁ ଅତ୍ୟୁକ୍ତି। ଏସବୁର ପ୍ରତିବାଦରେ ଆନ୍ଦୋଳନର ଧମକ ଦେଇଛି ବିଜେଡି l ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କରାଗଲା ବହୁ ପ୍ରଶଂସା । ତାଙ୍କ ଶାସନରେ ହିଁ କମିଥିଲା ମାଓବାଦୀ କାର୍ଯ୍ୟକଳାପ  । ପୋଲିସ କାମରେ ବିଜେଡି ଦଳ ଆଦୌ ହସ୍ତକ୍ଷେପ କରୁ ନଥିବାରୁ ଆଇନ ଶୃଂଖଳା ଠିକ୍ ଥିଲା ବୋଲି କହିଛି ବିଜେଡି । ଏବେ କିନ୍ତୁ ପୋଲିସ ଉପରେ ପଡୁଛି ବିଜେପି ନେତାଙ୍କର ପ୍ରବଳ ଚାପ । ଯାଜପୁର ଘଟଣାରେ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ସେପଟେ ଚାନ୍ଦବାଲିର ୧୪୪ ଧାରା ଅଞ୍ଚଳରେ ମନମୋହନ ସାମଲ ଶୋଭାଯାତ୍ରା କରିଥିବାର ହୋଇଛି ଅଭିଯୋଗ। ରାଜ୍ୟରେ ଆଇନ ଶୃଙ୍ଖଳା ନଥିବାର ଏହା ସବୁ ବଡ଼ ବଡ଼ ଉଦାହରଣ ବୋଲି କହିଛି ବିଜେଡି । କଂଗ୍ରେସର ଅଭିଯୋଗ ଯେ ବିଜେପି ସରକାରରେ ଗରିବଙ୍କ ଗୋଟିଏ ଆଇନ, ଧନୀଙ୍କ ପାଇଁ ଆଉ ଏକ ଆଇନ । ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ପରେ ଆଇନ ଶୃଂଖଳା ବିଗିଡ଼ିଥିବା ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଛି ବିଜେପି । ଚିରାଚରିତ ଭାବେ ପୂର୍ବ ସରକାରକୁ ଦାୟୀ କରିବା ସହ ନିଜକୁ ଏକ 'ଶିଶୁ ସରକାର' କହି ଖସିବାକୁ  ଅପଚେଷ୍ଟା କରିଛି ଶାସକ ଦଳ । ଅପରାଧ ଓ ଅପରାଧୀଙ୍କ ପ୍ରତି ସରକାରଙ୍କ ପ୍ରଚଣ୍ଡ ଢିଲା ମନୋଭାବ ହିଁ ରାଜ୍ୟକୁ ଅସୁରକ୍ଷିତ କରିଥିବା କହିଛନ୍ତି ବିରୋଧୀ ।

What's Your Reaction?

like

dislike

love

funny

angry

sad

wow