ବିଶ୍ୱର ଦ୍ରୁତତମ ଧାବିକା ଜୁଲିଆନ୍‌ ଆଲଫ୍ରେଡ୍‌

Aug 4, 2024 - 12:40
 0  7
ବିଶ୍ୱର ଦ୍ରୁତତମ ଧାବିକା ଜୁଲିଆନ୍‌ ଆଲଫ୍ରେଡ୍‌

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ସେଣ୍ଟ ଲୁସିଆର ଜୁଲିଆନ୍‌ ଆଲଫ୍ରେଡ୍‌ହୋଇଛନ୍ତି ବିଜୟୀ । ନିଟ୍‌ ରେକର୍ଡ ସହିତ ଆଲଫ୍ରେଡ୍‌ ୧୦.୭୨ ସେକେଣ୍ଡର ଟାଇମିଂ ହାସଲ କରି  ଜିତିଥିଲେ ସ୍ବର୍ଣ୍ଣ ପଦକ। ଅନ୍ୟ ପକ୍ଷରେ ଆମେରିକାର ଶା’ କାରି ରିଚାର୍ଡସନ ୧୦.୮୭ ସେକେଣ୍ଡର ଟାଇମିଂ ସହ ଦ୍ୱିତୀୟ ଓ ମେଲିସା ଜେଫରସନ୍‌ ୧୦.୯୨ ସେକେଣ୍ଡର ଟାଇମିଂ ସହ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅଲିମ୍ପିକ୍ସରେ ଏହା ସେଣ୍ଟ ଲୁସିଆର ପ୍ରଥମ ସ୍ବର୍ଣ୍ଣ ପଦକ।

What's Your Reaction?

like

dislike

love

funny

angry

sad

wow