ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ହେବାକୁ ଯାଉଛି ଅନୁଷ୍ଠିତ

Jun 29, 2024 - 10:57
 0  5
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ହେବାକୁ ଯାଉଛି ଅନୁଷ୍ଠିତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଟୁର୍ନାମେଣ୍ଟରେ ଦୁଇ ଦଳ ଏପର୍ଯ୍ୟନ୍ତ ରହିଛନ୍ତି ଅପରାଜେୟ। ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଭାରତ ଲିଗ୍‌ ମ୍ୟାଚରେ ଆୟର୍ଲାଣ୍ଡକୁ ୮ ଉଇକେଟରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ପରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୬ ରନରେ ଏବଂ ଆମେରିକାକୁ ୭ ଉଇକେଟରେ ହରାଇଥିବାବେଳେ କାନାଡ଼ା ବିପକ୍ଷ ମ୍ୟାଚ ବର୍ଷାଯୋଗୁ ସମ୍ଭବ ନ ହେବାରୁ ପଏଣ୍ଟ ଭାଗ କରିଥିଲା।ଗ୍ରୁପ୍‌ ପର୍ଯ୍ୟାୟରେ ୪ ମ୍ୟାଚରୁ ୭ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଥିବା ଭାରତ ସୁପର-୮ରେ ଯଥାକ୍ରମେ ଆଫଗାନିସ୍ତାନକୁ ୪୭ ରନରେ, ବାଂଲାଦେଶକୁ ୫୦ ରନରେ ଓ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ସେହିପରି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ୬ ଉଇକେଟରେ, ନେଦରଲାଣ୍ଡ୍ସକୁ ୪ ଉଇକେଟରେ, ବାଂଲାଦେଶକୁ ୪ ରନରେ ଓ ନେପାଳକୁ ୧ ରନରେ ହରାଇ ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିଥିଲା। ୪ ମ୍ୟାଚରୁ ପୂରା ୮ ପଏଣ୍ଟ ପାଇ ଦଳ ଟେବୁଲର ଶୀର୍ଷରେ ରହିଥିଲା। ସୁପର-୮ରେ ଏହି ଦଳ ଆମେରିକାକୁ ୧୮ ରନରେ, ଇଂଲଣ୍ଡକୁ ୭ ରନରେ ଏବଂ ଓ୍ବେଷ୍ଟଇଣ୍ଡିଜକୁ ଡକ୍‌ଓ୍ବର୍ଥ ଲୁଇସ ପଦ୍ଧତିରେ ୩ ଉଇକେଟରେ ହରାଇ ସେମିଫାଇନାଲକୁ ଆସିଥିଲା। ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଏକପାଖିଆ ମ୍ୟାଚରେ ୯ ଉଇକେଟରେ ହରାଇ ପ୍ରଥମଥରପାଇଁ ଫାଇନାଲରେ ଅବତୀର୍ଣ୍ଣ ହୋଇଛି ଏଡେନ ମାରକ୍ରମଙ୍କ ଦଳ।

What's Your Reaction?

like

dislike

love

funny

angry

sad

wow