ଭାରତ ଓ ୟୁଏଇ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି ୫ଟି ଚୁକ୍ତିନାମା

Sep 10, 2024 - 14:52
 0  3
ଭାରତ ଓ ୟୁଏଇ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି ୫ଟି ଚୁକ୍ତିନାମା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆବୁଧାବୀର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ୍‌ଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ  କରିଛନ୍ତି ଆଲୋଚନା। ଏହି ଆଲୋଚନା ପରେ ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି ୫ଟି ଚୁକ୍ତିନାମା। ଉଭୟ ଦେଶ ପରମାଣୁ ଶକ୍ତି ଓ ପେଟ୍ରୋଲିୟମ ସମେତ ବିଭିନ୍ନ କ୍ଷେତ୍ରରେ ଏହି ବୁଝାମଣାପତ୍ରରେ କରିଛନ୍ତି ସ୍ୱାକ୍ଷରିତ। ଏମିରେଟ୍ସ ନ୍ୟୁକ୍ଲିୟର ଏନର୍ଜି କମ୍ପାନୀ ଏବଂ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ବାରାକା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଅପରେସନ ଏବଂ ରକ୍ଷଣାବେକ୍ଷଣ ଉପରେ ସ୍ୱାକ୍ଷରିତ ହୋଇଛି ଏହି ବୁଝାମଣାପତ୍ର। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ଫଳରେ ଆବୁଧାବି ନ୍ୟାସନାଲ ଅଏଲ କମ୍ପାନୀ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ମଧ୍ୟରେହୋଇପାରିବ  ଦୀର୍ଘମିଆଦୀ ଏଲ୍‌ଏନ୍‌ଜି ଯୋଗାଣ। ଉଭୟ ନେତା ବହୁମୁଖୀ ଭାରତ-ୟୁଏଇ ସମ୍ପର୍କରେ ରଣନୈତିକ ଭାଗିଦାରୀକୁ ବ୍ୟାପକ କରିବାକୁ କରିଛନ୍ତି ଆଲୋଚନା। ଗତକାଲି ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଆବୁଧାବିର କ୍ରାଉନ ପ୍ରିନ୍ସଙ୍କୁ ଭେଟିଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଭାରତ ଓ ୟୁଏଇ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ ସମ୍ପର୍କକୁ ସେ କରିଛନ୍ତି ପ୍ରଶଂସା। କ୍ରାଉନ ପ୍ରିନ୍ସ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଅର୍ପଣ କରିଛନ୍ତି ଶ୍ରଦ୍ଧାଞ୍ଜଳି। ପରେ ସେଠାରେ ପ୍ରଥମ ଥର ପାଇଁ ଗୋଟିଏ ଦେଶର ତିନି ପିଢିର ନେତା ମହାତ୍ମା ଗାନ୍ଧୀଙ୍କ ପରମ୍ପରାକୁ ସମ୍ମାନ ଜଣାଇ କରିଛନ୍ତି  ବୃକ୍ଷରୋପଣ ।

What's Your Reaction?

like

dislike

love

funny

angry

sad

wow