ଭାରତୀୟ ଆଥ୍‌ଲେଟଙ୍କ ଲାଗି ପଠାଗଲା ୪୦ ଏୟାରକଣ୍ଡିଶନର

Aug 3, 2024 - 11:59
 0  3
ଭାରତୀୟ ଆଥ୍‌ଲେଟଙ୍କ ଲାଗି ପଠାଗଲା ୪୦ ଏୟାରକଣ୍ଡିଶନର

ପ୍ୟାରିସରେ ତାପମାତ୍ରା ସାଙ୍ଗକୁ ଆର୍ଦ୍ରତା ବୃଦ୍ଧି ପାଇବାରେ ଲାଗିଛି। ଅଲିମ୍ପିକ ଗେମ୍ସ ଭିଲେଜର ରୁମ୍‌ଗୁଡ଼ିକରେ କୁଲିଂ ବ୍ୟବସ୍ଥାରେ ଅଭାବ ରହିଥିବାରୁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟ ଆଥଲେଟମାନଙ୍କ ସୁବିଧା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ୪୦ଟି ଏୟାରକଣ୍ଡିଶନର ପଠାଇଛି। ଭାରତୀୟ ଅଲିମ୍ପିକ ଆସୋସିଏଶନ ଏବଂ ସ୍ଥାନୀୟ ଫ୍ରେଞ୍ଚ୍‌ ଦୂତାବାସ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି। ଅଲିମ୍ପିକ ଗେମ୍ସର ଦୁଇ ପ୍ରମୁଖ ଭେନ୍ୟୁ ପ୍ୟାରିସ ଓ ଚାଟେରକ୍ସରେ ତାପମାତ୍ରା ବୃଦ୍ଧି ପାଉଛି। ଚାଟେରକ୍ସ ଶୁଟିଂ ରେଞ୍ଜ୍‌ରେ ପୁରୁଷ ୫୦ମିଟର ରାଇଫଲ ୩-ପୋଜିଶନ ଇଭେଣ୍ଟ ବେଳେ ଭାରତର ବ୍ରୋଞ୍ଜ-ବିଜେତା ସ୍ବପ୍ନିଲ କୁସାଲେଙ୍କ ସମେତ ସମସ୍ତ ୮ ଫାଇନାଲିଷ୍ଟ ଝାଳରେ ବୁଡ଼ିଯାଇଥିବା ଲକ୍ଷ୍ୟ କରାଯାଇଥିଲା। ଖବର ଅନୁସାରେ ପ୍ୟାରିସରେ ଏଇ କିଛି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚତ୍ଛି ଏବଂ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି।

What's Your Reaction?

like

dislike

love

funny

angry

sad

wow