ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ତଲାସି ଅଭିଯାନ ବେଳେ ୧୩ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଗିରଫ ମାଓବାଦୀ ମଧ୍ୟରେ ଜଣଙ୍କ ମୁଣ୍ଡ ଉପରେ ଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସୂଚନା ଅନୁଯାୟୀ,ଛତିଶଗଡ଼ ଉସୁର ଥାନା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ତଲାସି ଅଭିଯାନ ।ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ନିଶାଣ କରି ଲ୍ୟାଣ୍ଡମାଇନ୍ ଲଗାଉଥିବା ବେଳେ ୭ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସେହିପରି ବାସାଗୁଡ଼ା ଥାନା ଅଞ୍ଚଳରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା ଅଭିଯୋଗରେ ୬ ଜଣ ମାଓବାଦୀ ହୋଇଛନ୍ତି ଗିରଫ। ଡିଆର୍ଜି, କୋବ୍ରା, ସିଆର୍ପିଏଫ୍ ବାହିନୀର ମିଳିତ ଅଭିଯାନ ବେଳେ ବିଜାପୁରର ବିଭିନ୍ନ ସ୍ଥାନରୁ ଗିରଫ ହୋଇଛି ଏହି ସବୁ ମାଓବାଦୀ । ସର୍ବମୋଟ ୧୩ ଜଣ ମାଓବାଦୀ ଏବେ ପୋଲିସ ହେପାଜତରେ । ଏହାସହିତ ସେମାନଙ୍କ ନିକଟରୁ କିଛି ମାଓ ସାମଗ୍ରୀ ମଧ୍ୟ ହୋଇଛି ଜବତ।
What's Your Reaction?






