ଏପ୍ରିଲରୁ ଜୁନ୍ ଓଡିଶାରେ ବର୍ଷିବ ନିଆଁ

ଏପ୍ରିଲରୁ ଜୁନ୍ ଓଡିଶାରେ ବର୍ଷିବ ନିଆଁ

ଏପ୍ରିଲରୁ ଜୁନ୍ ଓଡିଶାରେ ବର୍ଷିବ ନିଆଁ । ବେଶି ଛଟପଟ କରାଇବ ଏପ୍ରିଲ ତାତି । ସ୍ୱାଭାବିକଠାରୁ ଅଧିକ ଲମ୍ବିବ ଗ୍ରୀଷ୍ମ ପ୍ରବାହ  ଦିନ ସଂଖ୍ୟା । ବର୍ଷା ସମ୍ଭାବନା ବି କମ୍ ରହିଥିବା ପୂର୍ବାନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ତାଜା ଆକଳନ ଅନୁଯାୟୀ, କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ଏବେ ରାଜ୍ୟରେ କମ୍ ରହିବ ଗରମ ପ୍ରକୋପ  ।ମାତ୍ର ୮ ତାରିଖରୁ ହୁ ହୁ ହୋଇ ବଢ଼ିବ ତାପମାତ୍ରା । ତାତି ଏତେ ବଢ଼ିବ ଯେ ଆସନ୍ତା ୯/୧୦ ତାରିଖବେଳକୁ  ୪୪-୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ପାରଦ।