ମୁସଲିମ ଧର୍ମାବଲମ୍ବୀଙ୍କ ପର୍ବ ମହରମ ପାଇଁ ଚଳଚଞ୍ଚଳ ପୁରପଲ୍ଲୀ

Jul 17, 2024 - 12:43
 0  2
ମୁସଲିମ ଧର୍ମାବଲମ୍ବୀଙ୍କ ପର୍ବ ମହରମ ପାଇଁ ଚଳଚଞ୍ଚଳ ପୁରପଲ୍ଲୀ

ଆଜି ମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ମହରମ। ଏହି ପର୍ବ ପାଇଁ ଚଳଚଞ୍ଚଳ ହୋଇପଡିଛି ପୁରପଲ୍ଲୀ । ମୁସଲିମ ଧର୍ମାବଲମ୍ବୀମାନେ ତ୍ୟାଗ ଓ ବଳିଦାନକୁ ଗୁରୁତ୍ୱ ଦେଇ ଏହି ପର୍ବକୁ କରିଥାନ୍ତି ପାଳନ । ମୁସଲିମ ଧର୍ମାବଲମ୍ବୀମାନେ ଏହି ପର୍ବରେ କରିଥାନ୍ତି ତାଜିଆ ଶୋଭାଯାତ୍ରା ବା କାଫେଲା ଶୋଭାଯାତ୍ରା। ପବିତ୍ର ମହରମ୍ ଅବସରରେ ବାଲେଶ୍ଵର ଏବଂ ଭଦ୍ରକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଲାଗି ବାଲେଶ୍ଵରରେ ୪୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୂତୟନ କରାଯାଇଛି। ଡିଜେ ସିଷ୍ଟମ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ସେହିପରି ଭଦ୍ରକ ସହରରେ ପୁଲିସ ପକ୍ଷରୁ ମଙ୍ଗଳବାର ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଅନ୍ୟପଟେ ସମ୍ବଲପୁରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଳନ ହେଉଛି ମହରମ୍ ପର୍ବ। ମଙ୍ଗଳବାର ଧନକଉଡ଼ା ଛକ ପାଖରୁ ମୋତିଝରଣ, ମ୍ୟୁନିସିପାଲିଟି ଛକ, ନନ୍ଦପଡା, ଝାଡ଼ୁଆପଡା ଓ ବାଲିବନ୍ଧା ଦେଇ ବଡବଜାର ପର୍ଯ୍ୟନ୍ତ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି । ଏଥର ମହରମରେ ତାଜିଆ ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତାରେ ନଯିବାକୁ ନିଷ୍ପତ୍ତି ହୋଇଛି।

What's Your Reaction?

like

dislike

love

funny

angry

sad

wow