ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି

Mar 20, 2025 - 16:35
 0  19
ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି

ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ କାଳବୈଶାଖୀ ପ୍ରଭାବରେ ଗୁରୁବାରଠାରୁ କିଛି ପରିମାଣରେ ହ୍ରାସ ପାଇପାରେ ତାପମାତ୍ରା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ୨୦ ରୁ ୨୩ ଯାଏ ରାଜ୍ୟରେ ରହିଛି ବର୍ଷା ସମ୍ଭାବନା। ଝଡ, ପବନ ସାଙ୍ଗକୁ ଘଡଘଡି, ବିଜୁଳି କୁଆପଥର ବର୍ଷା ନେଇ ଜାରି ହୋଇଛି ସତର୍କ ସୂଚନା। ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବା ସହ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପ୍ରବେଶ କରିବ। ଉତ୍ତପ୍ତ ବାୟୁମଣ୍ଡଳ ଜଳୀୟବାସ୍ପ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେବ। ଫଳରେ ଏହା ଝଡବର୍ଷା କରାଇବାରେ ସହାୟକ ହେବ। ତେବେ ଏଥିରେ ଉତ୍ତର ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

What's Your Reaction?

like

dislike

love

funny

angry

sad

wow