ରାଶିଫଳ

ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବନାହିଁ। ଅଫିସ୍ର କାର୍ଯ୍ୟବ୍ୟସ୍ତତା ଯୋଗୁ ଘରୋଇ କାମଗୁଡିକ ବାଧାପ୍ରାପ୍ତ ହେବ। କଳା, କ୍ରୀଡ଼ା, ସଙ୍ଗୀତ ଓ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ବୁଧଙ୍କ ଦୁର୍ବଳତା କାରଣରୁ ବନ୍ଧୁବର୍ଗଙ୍କ ସହ ସୁସମ୍ପର୍କ ରହିବ ନାହିଁ। ଆର୍ଥିକ, ପାରିବାରିକ ଓ ଆନୁଷ୍ଠାନିକ କ୍ଷେତ୍ର ମଧ୍ୟ ବିଶେଷ ଭଲ ରହି ନ ପାରେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟହାସଲରେ ସମର୍ଥ ହେବେ।
କୌଣସି ବିଜାତୀୟ ବ୍ୟକ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେବେ। ଦୈହିକ ଦୁର୍ବଳତା ମନୋବଳକୁ କମାଇଦେବା କାରଣରୁ କର୍ମସମ୍ପାଦନରେ ପଛେଇଯିବେ। ଆର୍ଥିକ ଅନଟନ ଥିଲେ ମଧ୍ୟ ବନ୍ଧୁଙ୍କ ସହଯୋଗ ପରିସ୍ଥିତିକୁ ସମ୍ଭାଳି ନେବାରେ ମୁଖ୍ୟ ଭୂମିକା ସାଜିପାରେ।
ବ୍ୟବସାୟ କ୍ଷେତ୍ରରୁ ଅଂଶଧନ ହିସାବରେ ଅଧିକ ଧନ ପାଇ ଖୁସି ହେବେ। ପରସ୍ଥିତିରେ ପଡି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି।
ଫଳତଃ ପାଇବା ସକାଶେ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସୁଯୋଗ ହାତଛଡ଼ା ହୋଇଯାଇପାରେ। ପରିବାରରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ରଚନାତ୍ମକ କାର୍ଯ୍ୟ, ନୂତନ ଯୋଜନା ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସ୍ତ୍ରୀଙ୍କ ଉଦ୍ୟମରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା । କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିକୋଣରୁ ଅଫିସ୍ରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। କିଛି କହି ନ ପାରିଲେ ମଧ୍ୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ।
ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, କଳା ସାହିତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗିତ କରିବେ।
What's Your Reaction?






