ରାଶିଫଳ

Mar 16, 2025 - 12:10
 0  3
ରାଶିଫଳ
ମେଷ
କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବା ସକାଶେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ। ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପରିଶେଷରେ ନାସ୍ତିବାଣୀ ଶୁଣାଇବେ।
ବୃଷ
ବନ୍ଧୁଙ୍କ ଘରୋଇ ବ୍ୟାପାରରେ କୌତୂହଳ ହୋଇ କଳହକୁ ନିୟନ୍ତ୍ରଣ କରିପାରନ୍ତି। ଆଲୋଚନା କାଳରେ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଆର୍ଥିକ ସ୍ଥିତି ଓ ସାମାଜିକ ପରିସ୍ଥିତି ପ୍ରାୟତଃ ଠିକ୍‌ ରହିବ।
ମିଥୁନ
ବ୍ୟାବହାରିକ ମତା‘ର ଜନିତ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ସୂଚନା ରହିଛି।
କର୍କଟ
କୈାଣସି ମୂଲ୍ୟବାନ୍‌ ଜନିଷ କିଣିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅନୁଗାମୀ ମାନଙ୍କ ସମର୍ଥନ କାମକୁ ତ୍ୱରାନ୍ବିତ କରିବ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ।
ସି˚ହ
 ଆଲୋଚନା ସମରେ ନିଜ ପକ୍ଷ ରଖିବା ସକାଶେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ବାକ୍‌ ବନ୍ଧୁ ଗହଣରେ ବାକ୍ଚାତୁରୀ ବଳରେ ଅ୍ଯଯମାନଙ୍କୁ ଖୁସୀ କରାଇପାରନ୍ତି।
କନ୍ୟା

କାଯର୍‌ୟହାସଲ ସକାଶେ ପଡୋଶୀମାନେ ସହଯୋଗର ହାତ ବଢାଇବେ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ଆକସ୍ମିକ ଭାବରେ ପିତାଙ୍କ ସ୍ବାସ୍ଥ୍ୟହାନୀ ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମାନସିକ ଦ୍ୱନ୍ଦର ଅବସାନ ଘଟିବ ।
ତୁଳା

ପ୍ର୍ଯଯେକ କ୍ଷେତ୍ରରେ ସହମତି କାରଣରୁ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କାଟିବେ । ଆବ୍ଯଯକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି। ମନୋବଳ ପ୍ରବଳ ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ବୃତି,ବାଣିଜ୍ୟ ଓ କଳା ସାହିତ୍ୟ ରେ ସମସ୍ୟାର ସମାଧାନ ହୋଇଯିବ।
ବିଛା
 କର୍ମକ୍ଷେତ୍ରରେ ସତର୍କତାର ସହ ଚଳିବା ଭଲ ହେବ,ଅ୍ଯଯଥା ସମ୍ଯଯା ଆସିପାରେ।ପରୋକ୍ଷ ଭାବେ ଶତ୍ରୁତା କରୁଥବା ପଡୋଶୀ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ।
ଧନୁ
 ଶତ୍ରୁମାନେ ମିତ୍ରତା ଛଳରେ ପାଖେଇ ଆସିବେ ସିନା କୌଣସି କ୍ଷତି କରିପାରିବେ ନାହିଁ । ଆଲୋଚନା ସମୟରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ବନ୍ଧୁଙ୍କ ସହାୟତାରେ ଧାତବ ଜନିତ ଦ୍ର୍ଯଯ ଲାଭର ଯୋଗ ରହିଛି ।
ମକର
ପରିସ୍ଥିତିବଶତଃ ପ୍ରତେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ । ଘରେ ପିଲାମାନଙ୍କ ପଢା ସମ୍ଯଯା ନେଇ ମନ ଭାରାକା‘ ରହିବାର ସୂଚନା ରହିଛି । କୈାଣସି ବନ୍ଧୁଙ୍କ ସମ୍ପର୍କରେ ପଡୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ ।
କୁମ୍ଭ
 ସରକାରୀ ସ୍ତରରୁ ବହୁତ ଦିନରୁ ପ୍ରତିକ୍ଷିତ ଖବର ପାଇ ଖୁସି ହେବେ । ପରକଥାରେ ପଡି ଭୂଲ ମାର୍ଗର ଅନୁସରଣ କରିପାରନ୍ତି । ଦିନର ଅଧିକାଂଶ ସମୟ ରୋଗ,ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟସ୍ତ ରହିବେ ।
ମୀନ
ସାମାଜିକ ସ୍ତରରେ ନିଃସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପଯର୍‌ୟାୟରେ ପହଂଚିବାର ଆଶା କରାଯାଇପାରେ । ବ୍ୟବସାୟ,ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ ।

What's Your Reaction?

like

dislike

love

funny

angry

sad

wow