ରାଶିଫଳ

ରାଶିଫଳ
ମେଷ
ଅଭାବ ପୂରଣ ଦିଗରେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଆତ୍ମୀୟଙ୍କ ସହଯୋଗରେ ପୂର୍ବରୁ ସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହେବ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ।
ବୃଷ
 ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବାର ପୂର୍ଣ୍ଣ ସୂଚନା ରହିଛି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ପରିସ୍ଥିତିବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତାପ କରିବାକୁ ପଡ଼ିପାରେ।
ମିଥୁନ
 କର୍ମକ୍ଷେତ୍ରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଅଫିସରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାର ସୂଚନା ରହିଛି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ।
କର୍କଟ
 ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆନୁଷ୍ଠାନିକ କିମ୍ବା ନିର୍ମାଣ କ୍ଷେତ୍ର୍ରରେ ସମସ୍ୟା ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବଢ଼ିଯିବ। ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି କିନ୍ତୁ କଳା ଓ ସାହିତ୍ୟରେ ଉନ୍ନତି କରିବେ।
ସି˚ହ
ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ ସ୍ଥଗିତ କାମକୁ ସମ୍ପନ୍ନ କରିପାରିବେ। ମାତ୍ର ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଉଚ୍ଚବର୍ଗ କିମ୍ବା ଗୁରୁଜନମାନଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
କନ୍ୟା
 ପରିବାରର ଆବଶ୍ୟକତାକୁ ନେଇ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ମାତ୍ର ପରକ୍ଷଣରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହେବାର ସୂଚନା ରହିଛି।
ତୁଳା
ହିତୈଷୀମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। ପାରଷ୍ପରିକ ବୁଝାମଣା ହେତୁ ପରିବାରରେ ପୁନର୍ବାର ଶାନ୍ତି ଫେରିଆସିବ। ଶତ୍ରୁତାର ଅବସାନ ଘଟିବ ମାତ୍ର ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିବେ। ଖଳଲୋକଙ୍କ ଦ୍ୱାରା ପ୍ରଚାରିତ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ।
ବିଛା
ସାଧାରଣ କଥାକୁ କେନ୍ଦ୍ରକରି ଅନ୍ୟ ଉପରେ ବିରକ୍ତ ହେବେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରୁ ସ୍ନେହ, ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିପାରନ୍ତି।
ଧନୁ
 ବନ୍ଧୁ ସମସ୍ୟାର କାରଣ ହେବେ। ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ବୃତ୍ତିଗତ ଧନ୍ଦା, ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପୂର୍ବାଷାଢ଼ା ନକ୍ଷତ୍ରର ପାରିବାରିକ ଜୀବନ ସୁଖରେ କଟିବ।
ମକର
 ଅବଶ୍ୟ ସହକର୍ମୀ ଓ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ ଅଯଥା ବିନା କାରଣରେ ଗରଗର ହୋଇପାରନ୍ତି। ନୂତନ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ।
କୁମ୍ଭ
 କିନ୍ତୁ ନିଜ ଲୋକଙ୍କ ଅସହିଷ୍ଣୁ ମନୋଭାବ ଓ ଆଚରଣ ମନକୁ କଷ୍ଟ ଦେଇପାରେ। ହିତୈଷୀଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମଧ୍ୟ ମନ ବଳିବ। କିନ୍ତୁ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ମୀନ
 ପରିବାରର କେତେକ ଅକୁହା କଥା ଓ ଗୁଡାଏ ଚିନ୍ତା ମନକୁ ଆନ୍ଦୋଳିତ କରିବ। ବୃଥା ସନ୍ଦେହରୁ ଭଲ ସମ୍ପର୍କ ଥିବା ବନ୍ଧୁଟି ମଧ୍ୟ ଭୁଲ୍‌ ବୁଝିପାରନ୍ତି। ପରିବାରର ଆବଶ୍ୟକତାକୁ ନେଇ ଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।