ରାଶିଫଳ

Apr 12, 2025 - 11:50
 0  14
ରାଶିଫଳ
ମେଷ
ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। 
ବୃଷ
ଅଯାଚିତ ଭାବରେ ପଡ଼ୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କଳା, କାରିଗରି, ଶିଳ୍ପ, ବାଣିଜ୍ୟ ତଥା ସାହିତ୍ୟ ଓ ସଙ୍ଗୀତାଦିରେ ସୁନାମ ଅର୍ଜନ କରିପାରନ୍ତି। ଆପଣଙ୍କ ରଚନାତ୍ମକ କାର୍ଯ୍ୟ ବହୁଜନ ପ୍ରଶଂସିତ ହେବାର ଯୋଗ ରହିଛି।
ମିଥୁନ
 ସ୍ଥଗିତ କାମ କରିବା ପାଇଁ ନିଷ୍ପତ୍ତି ନେବେ। ଗତକାଲିର କୌଣସି ଘଟଣା ସକାଶେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ବେଶ୍‍ ଫଳପ୍ରଦ ହେବ।
କର୍କଟ
 ଯେଉଁ ଆଶା ନେଇ ଅନ୍ୟମାନଙ୍କ ପାଇଁ କିଛି କରିବେ ପ୍ରତିବଦଳରେ କିଛି ପାଇବା କଷ୍ଟକର ହେବ। ବନ୍ଧୁଙ୍କ ମାଧ୍ୟମରେ ଶୁଭ ଖବର ମନକୁ ଆମୋଦିତ କରିବ। ପ୍ରତ୍ୟୁଷ ସମୟରେ ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ସି˚ହ
ଆମତ୍ୀୟମାନେ ସମାଲୋଚନା କରିପାରନ୍ତି। ଯାତ୍ରା,ନୂତନ କର୍ମାରମ୍ଭ, ଶିଳ୍ପ, ବାଣିଜ୍ୟ ପରିବହନ, ବ୍ୟବସାୟ ସକାଶେ ଦିନଟି ମନ୍ଦ ନୁହେଁ। ନୂତନ ବନ୍ଧୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି।
କନ୍ୟା
 ପରିବାରରେ ବିତର୍କ କିମ୍ବା ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଆସନ୍ତାକାଲି ଖୋଜୁଥିବା ଜିନିଷଟି ଆଜି ଅପରାହ୍ନରେ ପାଇଯିବେ। ପ୍ରଶାସନ, ଅର୍ଥ ସମ୍ପର୍କ, ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଉଠାପକା ମଧ୍ୟଦେଇ ଚାଲିପାରେ।
ତୁଳା
 ବ୍ୟବସାୟରେ ମନର ବଳ ଖୁବ୍‍ ଟାଣ ରହିବ ଏବଂ ଲାଭବାନ୍‍ ମଧ୍ୟ ହେବେ। ବନ୍ଧୁମାନଙ୍କ ସାହାଯ୍ୟ ଏବଂ ସହଯୋଗ କାରଣରୁ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି ା
ବିଛା
 ପ୍ରତିଟି ପଦକ୍ଷେପରେ ଆଖିରେ ନ ଦେଖିଥତ୍ବା କିମ୍ବା କାନରେ ଶୁଣି ନ ଥିବା କଥାକୁ ବିଶ୍ୱାସ କଲେ କ୍ଷତିରେ ପଡ଼ିବେ। ସାହାଯ୍ୟ ମନୋବୃତ୍ତିରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ । ରୋଗ, ଋଣରୁ ରକ୍ଷା ପାଇବାର ପରିକଳ୍ପନା କରିବେ।
ଧନୁ
ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପରିସ୍ଥିତିର ତାଡ଼ନାରେ ମନକୁ ନ ପାଇଲେ ମଧ୍ୟ ପରିବାର ସଦସ୍ୟଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରଶାସନ, ଆଇନ ତଥା ବାଣିଜ୍ୟ ଓ ପରିବହନରେ ସୁଫଳ ପାଇବେ।
ମକର
ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଗୁଜବ ଶୁଣି ମନରେ ଦୁଶ୍ଚିନ୍ତା ସୃଷ୍ଟିହେବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣକରି ଠିକଣା ସମୟରେ ଉଚିତ ପଦକ୍ଷେପ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମ, ଭ୍ରମଣ, ବନ୍ଧୁମିଳନ ଓ ନୂତନ ଯୋଜନାରମ୍ଭ କ୍ଷେତ୍ରରେ ଆଶା ପୂରଣ ହୋଇପାରିବ।
କୁମ୍ଭ
 ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ସକାଳୁ ସମ୍ପର୍କୀୟ ଜଣେ ବନ୍ଧୁ ଆଜି ମଧ୍ୟାହ୍ନରେ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ମୀନ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ଚିନ୍ତା କରିବାକୁ ପଡ଼ିପାରେ। ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ପାରିବାରିକ ସ୍ତରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

What's Your Reaction?

like

dislike

love

funny

angry

sad

wow