ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

Apr 11, 2025 - 18:03
 0  2
ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବିଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଉଭୟ ରାଜ୍ୟ ଦଳ ପାଇଁ ଭଲ କାମ କରିଛନ୍ତି ଭି କେ ପାଣ୍ଡିଆନ୍ ସେ ଗତ ୧୦ ମାସ ହେଲା ବିଜେଡିରୁ ଦେଇସାରଛନ୍ତି ଇସ୍ତଫା ।ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସେ ନାହାନ୍ତି ସଂଶ୍ଲିଷ୍ଟ। ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି।  ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାକ। ୱାକଫ୍ବିଲ୍ଆଇନ୍ରେ ପରିଣତ ହେଲା ପରେ ଏହାକୁ ସମର୍ଥନ କରିବା ନକରିବା ନେଇ ବିଜେଡି ନେତାଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳୁଛି। ଓ୍ବାକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ଆରମ୍ଭ ହୋଇଥିବା ମତଭେଦ ନେଲାଣି ଏବେ ବଡ ଆକାର।ସେପଟେ ଓଡିଆ ଅସ୍ମିତା ନାଁ ନେଇ ଦଳର କିଛି ନେତାଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ଓ୍ବାକଫ୍ ଭୋଟକୁ ନେଇ ବିଜେଡିରେ ଖୋଲାଖୋଲି ଦେଖାଯାଇଛି ଅସନ୍ତୋଷ।

What's Your Reaction?

like

dislike

love

funny

angry

sad

wow