୬୬ ବର୍ଷ ବୟସରେ ଆଳିର ପୂର୍ବତନ କଂଗ୍ରେସର ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

Mar 22, 2025 - 12:26
 0  6
୬୬ ବର୍ଷ ବୟସରେ ଆଳିର ପୂର୍ବତନ କଂଗ୍ରେସର ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ

୬୬ ବର୍ଷ ବୟସରେ ଆଳିର ପୂର୍ବତନ କଂଗ୍ରେସର ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୋଇଛି ପରଲୋକ। ୨୦୧୪ରୁ ୨୦୧୯ ବିଧାନସଭାର ସଦସ୍ୟ ଥିଲେ ଦେବେନ୍ଦ୍ର। ୧୫ତମ ବିଧାନସଭାରେ ଆଳି ନିର୍ବାଚନ ମଣ୍ଡଳୀରୁ କରିଥିଲେ ପ୍ରତିନିଧିତ୍ବ। ଅସୁସ୍ଥତା ଯୋଗୁ ୨୦୨୪ ନିର୍ବାଚନରେ କରିନଥିଲେ ପ୍ରତିଦ୍ବନ୍ଦିତା। ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ବହୁ ନେତା ବିଶିଷ୍ଟ ବ୍ୟକ୍ତି ହସପିଟାଲରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜି ଦେବେନ୍ଦ୍ର ଶର୍ମାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ଭବନ ଏବଂ ବିଧାନସଭାକୁ ବି ନିଆଯିବ। ପରେ ପୈତୃକ ଗାଁ ଆଳି ନିଆଯାଇ କରାଯିବ ଅନ୍ତିମ ସଂସ୍କାର।

What's Your Reaction?

like

dislike

love

funny

angry

sad

wow