ଅନ୍ତର୍ଜାତୀୟ ସ୍ତରରେ ହଟ୍ଟହଟ୍ଟା ହେଲା ପାକିସ୍ତାନ

Pakistan has been embarrassed at the international level. The army chief, whom Pakistan once took pride in, has not received any recognition globally. According to reports, Pakistan Army Chief Asim Munir was stopped by German security personnel. A video related to this incident is now going viral on social media. It shows Asim Munir visiting Munich, Germany, to attend the Munich Security Conference. While trying to enter the venue, a German security officer stopped him and asked him to show his entry pass or identity card.

Feb 16, 2026 - 13:39
 0  1
ଅନ୍ତର୍ଜାତୀୟ ସ୍ତରରେ ହଟ୍ଟହଟ୍ଟା ହେଲା ପାକିସ୍ତାନ

ଅନ୍ତର୍ଜାତୀୟ ସ୍ତରରେ ହଟ୍ଟହଟ୍ଟା ହେଲା ପାକିସ୍ତାନ। ଯେଉଁ ସେନାମୁଖ୍ୟଙ୍କୁ ନେଇ ପାକିସ୍ତାନ ଗର୍ବ କରୁଥିଲା,ସେହି ମୁଖ୍ୟଙ୍କୁ ଅନ୍ତର୍ଜାତୀୟ ସ୍ତରରେ ମିଳିନାହିଁ କୌଣସି ସମ୍ମାନ। କାରଣ ପାକ୍ ସେନା ମୁଖ୍ୟ ଅସିମ୍ ମୁନିରଙ୍କୁ ଜର୍ମାନୀ ସୁରକ୍ଷାକର୍ମୀ ଅଟକାଇଥିବା ମିଳିଛି ସୂଚନା ।ରିପୋର୍ଟ ଅନୁସାରେ, ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ହେଉଛି ଭାଇରାଲ। ଏଥିରେ ଦେଖିବାକୁ ମିଳିଛି ଯେ,  ଜର୍ମାନୀର ମୁନିଚ୍ ଯାଇଛନ୍ତି ଅସିମ୍ ମୁନୀର। ସେ ମୁନିଚ୍ ସିକ୍ୟୁରିଟି କନଫରେନ୍ସରେ ସାମିଲ ହେବାକୁ ଜର୍ମାନୀ ଗସ୍ତ କରିଛନ୍ତି । ତେବେ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ବେଳେ  ତାଙ୍କୁ ଏକ ପ୍ରକାର ଅଟକାଇ ଦେଇଥିଲେ ଜର୍ମାନର ଜଣେ ସୁରକ୍ଷାକର୍ମୀ। ଏହାସହ ପ୍ରବେଶ ପତ୍ର ବା ପରିଚୟ ପତ୍ର ଦେଖାଇବାକୁ ମଧ୍ୟ କହିଥିଲେ ସୁରକ୍ଷାକର୍ମୀ।

What's Your Reaction?

like

dislike

love

funny

angry

sad

wow