କୁସ୍ତିଯୋଦ୍ଧା ଅଂଶୁ ମଲିକଙ୍କୁ ରୌପ୍ୟ ପଦକ

Jun 9, 2024 - 12:01
 0  2
କୁସ୍ତିଯୋଦ୍ଧା ଅଂଶୁ ମଲିକଙ୍କୁ ରୌପ୍ୟ ପଦକ

ଭାରତୀୟ ମହିଳା କୁସ୍ତିଯୋଦ୍ଧା ଅଂଶୁ ମଲିକ ଏଠାରେ ଚାଲିଥିବା ବୁଦାପେଷ୍ଟ ର଼୍ୟାଙ୍କିଙ୍ଗ ସିରିଜ ୫୭ କାଟେଗୋରିରେ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେ ଚାଇନାର ୨୧ ବର୍ଷୀୟା ପ୍ରତିଦ୍ୱନ୍ଦ୍ୱୀ କେକ୍ସିନ ହଙ୍ଗଙ୍କଠାରୁ ୧-୧୨ ଟେକ୍‌ନିକାଲ ସୁପରିଅରିଟିରେ ହାରିଯାଇଛନ୍ତି। କେକ୍ସିନ ହଙ୍ଗ୍‌ ହେଉଛନ୍ତି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ କୁସ୍ତିଯୋଦ୍ଧା।ହାଙ୍ଗ୍‌ଝୋ ଏସିଆନ ଗେମ୍ସରେ ସେ ୫୩କେଜି କାଟେଗୋରିରେ ବ୍ରୋଞ୍ଜ ପଦକ ବିଜେତା। ପୂର୍ବରୁ ଭାରତର ଅନ୍ତିମ ପଙ୍ଘାଲ ଲଢୁଆ ପ୍ରଦର୍ଶନ କରି ମଧ୍ୟ ୫୩ କେଜି କାଟେଗୋରି ଫାଇନାଲରେ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ ୫୦ କେଜି କାଟେଗୋରି କ୍ୱାର୍ଟରଫାଇନାଲରେ ଚାଇନାର ଜିଆଙ୍ଗ ଝୁଙ୍କଠାରୁ ୦-୫ରେ ହାରିଯାଇଛନ୍ତି। ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତର ଏକମାତ୍ର ପୁରୁଷ କୁସ୍ତିଯୋଦ୍ଧା ଅମନ ଶେରାଓ୍ବତ ପ୍ରଥମ ଦିବସରେ ଜାପାନର ରେଇ ହିଗୁଚିଙ୍କଠାରୁ ଟେକ୍‌ନିକାଲ ସୁପରିଅରିଟିରେ ୧-୧୧ରେ ପରାଜିତ ହୋଇ ଏକ ରୌପ୍ୟ ଜିତିଥିଲେ।

What's Your Reaction?

like

dislike

love

funny

angry

sad

wow