ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି

ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି କୋର୍ଟଙ୍କୁ ଜଣାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ହାଇକୋର୍ଟ କହିଛନ୍ତି, ଚିଠି ଯଦି ନକଲି, ତେବେ ସତ୍ୟପାଠ ଦିଅ । ଉଚ୍ଛେଦ ରୋକିବା ପାଇଁ ବୈକୁଣ୍ଠ ଧାମ ଆଶ୍ରମ ପକ୍ଷରୁ ଚିଠି ପୂର୍ବରୁ କୋର୍ଟରେ ଦର୍ଶାଯାଇଥିଲା । ଏହି ଆଧାରରେ ଉଚ୍ଛେଦ ଉପରେ ଲାଗିଥିଲା କଟକଣା। ତେବେ ଅନୁମତି ପତ୍ର ନକଲି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ କୋର୍ଟଙ୍କୁ ଜଣାଇବା ପରେ ହାଇକୋର୍ଟ ଏହା ଉପରେ ସତ୍ୟପାଠ ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ଜାନୁଆରୀ ୩ ତାରିଖରେ।
What's Your Reaction?






