ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ କୃଷି ନୀତି

ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ କୃଷି ନୀତି। ଯେଉଁଥିରେ ଜୈବିକ ଚାଷ ଉପରେ ଦିଆଯିବ ଅଧିକ ଗୁରୁତ୍ୱ । ଆଉ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ନିଆଯିବ ପଦକ୍ଷେପ। ଖାଲି ସେତିକି ନୁହେଁ, ବିଦେଶରେ ଚାଦିବା ଥିବା ଖାଦ୍ୟଶସ୍ୟର ଉତ୍ପାଦନ ବଢାଇବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ।ଏଥିପାଇଁ କାର୍ଗୋ ଫ୍ଲାଇଟର ମଧ୍ୟ ବ୍ୟବହାର ହେବା ଦରକାର ବୋଲି ନିଜର ମତ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ତେବେ "ଆଡଭାନ୍ସିଂ ଇନକ୍ଲୁସିଭ ଆଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ ଇନ୍ ଓଡ଼ିଶା" ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ସରକାର ଗାଈ, ଛେଳି, କୁକୁଡ଼ା ଆଦି ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ତେବେ ଚାଷୀଙ୍କୁ ପଶୁ ସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ସଚେତନ କରିବାକୁ ପଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ। ତେଣୁ କୃଷି ସମ୍ବନ୍ଧିତ ସବୁ ବିଭାଗର ମିଳିତ ଉଦ୍ୟମରେ ନୂଆ କୃଷି ନୀତି ଆଣିବେ ସରକାର। ଏଥି ସହ କର୍ମଶାଳାରେ ବିଭିନ୍ନ ଦେଶ ଏବଂ ଗବେଷଣା ସଂସ୍ଥାରୁ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ ।
What's Your Reaction?






