ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି କିଆରା ଏବଂ ସିଦ୍ଧାର୍ଥ

ବଲିଉଡର ଅନ୍ୟତମ ସୁନ୍ଦର ଯୋଡ଼ି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ। ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି ପ୍ରଶଂସକ। ଏବେ କିଆରା ଏବଂ ସିଦ୍ଧାର୍ଥଙ୍କ ଘରେ ଆସିବାକୁ ଯାଉଛି ଏକ କୁନି ଅତିଥି। ଶୁକ୍ରବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ଦମ୍ପତି ପ୍ରଶଂସକମାନଙ୍କ ଦେଇଛନ୍ତି ଏହି ଖୁସି ଖବର । ଏହା ସହିତ, ସମସ୍ତେ ଦମ୍ପତିଙ୍କୁ ଜଣାଉଛନ୍ତି ଅଭିନନ୍ଦନ।ଶୁକ୍ରବାର କିଆରା ଏବଂ ସିଦ୍ଧାର୍ଥ ଗର୍ଭଧାରଣର ଘୋଷଣା କରିବା ପାଇଁ ଶେୟାର କରିଥିଲେ ଏକ ପୋଷ୍ଟ। ପୋଷ୍ଟରେ କ୍ୟାପସନରେ ଲେଖାଯାଇଛି, “ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସୁଛି।”
What's Your Reaction?






