ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପାଇଁ ଏବେ ବ୍ୟସ୍ତ ରହିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ

ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପାଇଁ ଏବେ ବ୍ୟସ୍ତ ରହିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ। ଏହି ଫିଲ୍ମକୁ ପ୍ରଭାସଙ୍କ ପ୍ରଶଂସକମାନେ ଉତ୍ସାହର ସହ କରିଛନ୍ତି ଅପେକ୍ଷା। ତେବେ ପ୍ରଭାସ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ତାଙ୍କ ପ୍ରେମସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଛି ପୂର୍ବରୁ। ଗତ କିଛିଦିନ ଧରି ପ୍ରଭାସଙ୍କ ବିବାହକୁ ନେଇ ସୃଷ୍ଟି ହୋଇଥିଲା ଗୁଜବ । ସେ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ପ୍ରଭାସଙ୍କ ପକ୍ଷରୁ ଏ ସମସ୍ତ ରିପୋର୍ଟକୁ ଖଣ୍ଡନ କରାଯାଇଛି। ସାମାଜିକ ଗଣମାଧ୍ୟମରେ ନିଜ ବିବାହ ଖବରକୁ ନେଇ ପ୍ରଭାସ ନିରବତା ଭାଙ୍ଗି କହିଛନ୍ତି, ଏତେଶୀଘ୍ର ବିବାହ କରିବେ ନାହିଁ ବୋଲି । ବିବାହ କରି ସେ ତାଙ୍କ ମହିଳା ପ୍ରଶଂସକଙ୍କ ଭାବନାକୁ ଆଘାତ ଦେବାକୁ ଚାହୁଁ ନ ଥିବା କହିଛନ୍ତି ପ୍ରଭାସ। ତେଣୁ ଏବେ ସେ ତାଙ୍କ ଚଳଚ୍ଚିତ୍ର ଏବଂ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି।ପୂର୍ବରୁ ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ‘ବାହୁବଳି’ ଫିଲ୍ମର ଶୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନେଇ ବିଭିନ୍ନ ଖବର ଆସିଥିଲା ସାମ୍ନାକୁ। କିନ୍ତୁ ସେତେବେଳେ ପ୍ରଭାସ ଅନୁଷ୍କାଙ୍କ ସହ ତାଙ୍କର ସମ୍ପର୍କକୁ କେବଳ ବନ୍ଧୁତା ବୋଲି କହିଥିଲେ। ସେହିପରି ‘ଆଦିପୁରୁଷ’ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ କ୍ରିତି ସାନନ୍ଙ୍କ ସହ ପ୍ରଭାସଙ୍କ ପ୍ରେମସମ୍ପର୍କ ଥିବା ଏବଂ ଉଭୟେ ବିବାହ କରିବା ନେଇ ଅନେକ ଖବର ପାଇଥିଲା ପ୍ରକାଶ।
What's Your Reaction?






