ଟି-୨୦ ବିଶ୍ୱକପ୍‌: ପାକିସ୍ତାନକୁ ଭାରତର ଝଟକା

ଟି-୨୦ ବିଶ୍ୱକପ୍‌: ପାକିସ୍ତାନକୁ  ଭାରତର ଝଟକା

ଟି-୨୦ ବିଶ୍ୱକପ୍‌ରରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ। ବୋଲିଂରେ ଘାଇଲା କଲେ ବୁମ୍‌ରା ଓ ପାଣ୍ଡ୍ୟା। ରୋମାଞ୍ଚକର ମୁକାବିଲରେ ୬ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। କମ୍ ସ୍କୋର ଥିଲେ ବି ଭାରତର ଘାତକ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ।ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୧୨୦ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୧୩ ରନ୍ କରି ପାରିଥିଲା। ଯଶପ୍ରୀତ ବୁମରା ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।