ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ହୋଇଛି ଆରମ୍ଭ। ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍ରା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନେଇଥିଲେ ନିଷ୍ପତ୍ତି। କିନ୍ତୁ ଏହି ମ୍ୟାଚରେ ଭାରତୀୟ ଦଳ ୧୫୦ ରନରେ ଧରାଶାୟୀ ହୋଇଯାଇଛି।୫୯ ବଲରେ ନୀତୀଶ ରେଡ୍ଡୀ କରିଥିଲେ ସର୍ବାଧିକ ୪୧ ରନ୍ ସ୍କୋର, ଯେଉଁଥିରେ ୬ ଟି ଚୌକ ଓ ଗୋଟିଏ ଛକା ସାମିଲ ଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ୩୭ ରନ୍ ଏବଂ କେ.ଏଲ୍ ରାହୁଲ ୨୬ ରନ୍ ଯୋଗଦାନ କରିଥିଲେ। ଏହି ତିନି ଜଣଙ୍କ ବ୍ୟତୀତ କେବଳ ଧ୍ରୁଭ ଜୁରେଲ (୧୧ ରନ୍) ଦୁଇ ଅଙ୍କରେ ପହଞ୍ଚି ପାରିଥିଲେ। ଅଷ୍ଟ୍ରେଲିଆ ପାଇଁ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଏବଂ ମିଚେଲ ମାର୍ଶ ନେଇଥିଲେ ଦୁଇଟି ଲେଖାଏଁ ୱିକେଟ୍। ଯେଉଁଠାରେ ହାଜଲେଉଡ୍ ପାଇଥିଲେ ସର୍ବାଧିକ ଚାରିଟି ସଫଳତା। ଅଷ୍ଟ୍ରେଲିଆ ପାଇଁ ସମସ୍ତ ୧୦ ୱିକେଟ୍ ଦ୍ରୁତ ବୋଲରଙ୍କ ଦ୍ୱାରା ନିଆଯାଇଥିଲା।
What's Your Reaction?