ଫେରିଲେ ସାମି, ପନ୍ଥ ଆଉଟ୍

Jan 12, 2025 - 11:20
 0  3
ଫେରିଲେ ସାମି, ପନ୍ଥ ଆଉଟ୍

ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ପାଇଁ ଘୋଷଣା ହୋଇଛି ୧୫ ଜଣିଆ ଭାରତୀୟ ଦଳ । ଦଳକୁ ଫେରିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । କିନ୍ତୁ ଧୂଆଁଧାର ବ୍ୟାଟର ତଥା ୱିକେଟକିପର ରିଷଭ ପନ୍ତଙ୍କୁ ବାଦ୍ ଦେଇଛି ବିସିସିଆଇ । ସୂର୍ୟ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦିଆଯାଇଛି ଉପଅଧିନାୟକ ଦାୟିତ୍ବ। ରିଷଭ ପନ୍ତ ବାଦ୍ ପଡିଥିବା ବେଳେ ସଞ୍ଜୁ ସାମସନ୍ ଓ ଧ୍ରୁବ ଜୁରେଲଙ୍କୁ ୱିକେଟକିପର ଭାବେ ଦଳରେ ନିଆଯାଇଛି। ବର୍ଡର ଗାଭାସ୍କର ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ନୀତୀଶ ରେଡ୍ଡୀଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିବା ସଞ୍ଜୁ ସାମସନ ଓ ତିଲକ୍ ବର୍ମାଙ୍କୁ ଦଳରେ କରାଯାଇଛି ସାମିଲ୍। ମହମ୍ମଦ ସାମି, ଅର୍ଶଦୀପ ସିଂ, ହର୍ଷିତ ରାଣା ପେସ୍ କମାଣ ସମ୍ଭାଳିବେ। ସେହିପରି ସ୍ପିନ୍ ବିଭାଗ ସମ୍ଭାଳିବେ ଅକ୍ଷର ପଟେଲ, ରବି ବିଷ୍ଣୋୟୀ, ବରୁଣ ଚକ୍ରବର୍ତ୍ତୀ ଏବଂ ୱାଶିଂଟନ୍ ସୁନ୍ଦର। ଆସନ୍ତା ୨୨ ତାରିଖରୁ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ। କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ।

What's Your Reaction?

like

dislike

love

funny

angry

sad

wow