ବଡ ପରଦାରେ ”କଳ୍‌କୀ ୨୮୯୮ ଏଡି”

Jun 27, 2024 - 12:02
 0  3
ବଡ ପରଦାରେ ”କଳ୍‌କୀ ୨୮୯୮ ଏଡି”

ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ସିନେମା ”କଳ୍‌କୀ ୨୮୯୮ ଏଡି”। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ’ ଆରମ୍ଭ ହୋଇଯାଇଥିଲା ବେଳେ ଦିନ ଗଡ଼ିବା ସହିତ ସିନେମାର ପ୍ରଶଂସା ବଢ଼ିବାରେ ଲାଗିଛି।ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକନ ଆଦି ଅଭିନୟ କରିଛନ୍ତି। ପୂର୍ବପରି ପ୍ରଭାସ ତାଙ୍କ ଚିରାଚରିତ ରିବେଲ ଷ୍ଟାର ଭୂମିକାରେ ନଜର ଆସିଥିଲା ବେଳେ ବିଗ୍‌ ବି’ ଅମିତାଭ ତାଙ୍କର ବଳିଷ୍ଠ ଅଭିନୟ ବଳରେ ସିନେମାରେ ଜୀବନ୍ତ କରିଛନ୍ତି। ସେହିପରି ସିନେମାର ମୁଖ୍ୟ ଅଭିନେତ୍ରୀ ଦୀପିକା ମଧ୍ୟ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି।କଳ୍‌କୀ ୨୮୯୮ ଏଡି ମହାଭାରତ ଯୁଦ୍ଧର ପରବର୍ତ୍ତୀ ମୁହୂର୍ତ୍ତରୁ ଆରମ୍ଭ ହୋଇଛି। ଯେତେବେଳେ ଭଗବାନ କୃଷ୍ଣ ଅଶ୍ୱଥମାଙ୍କୁ ଅମର ହେବାକୁ ଅଭିଶାପ ଦେଇଥିଲେ। ଯାହାକୁ ଭିତ୍ତି କରି ସିନେମାର କାଳ୍ପନିକ ଗତିପଥକୁ ଆଗକୁ ବଢିଛି। ସିନେମାର କାହାଣୀ ଅପେକ୍ଷା ଏତିରେ ଦେଖାଯାଇଥିବା ଭିଜୁଆଲ ଗ୍ରାଫିକ୍ସ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଯାହାକୁ ସିନେମାର ବ୍ୟାକଗ୍ରାଉଣ୍ଡ ସଂଗୀତ ଆଉ ଟିକିଏ ଜୀବନ୍ତ କରିଛି।ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିଶା ପାଟାନି, କମଲ ହାସନ, ଶୋଭନା ଏବଂ ବିଜୟ ଦେବରକୋଣ୍ଡା, ମୃଣାଳ ଠାକୁର, ଦିଲକର ସଲମାନ, ଏସଏସ ରଜାମୋୖଲି, ରାମ ଗୋପାଳ ବର୍ମା ଆଦିଙ୍କୁ ଅତିଥି କଳାକାର ଭୂମିକାରେ ଦେଖବାକୁ ମିଳିବ।

What's Your Reaction?

like

dislike

love

funny

angry

sad

wow