ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଚଢାଉ

Apr 7, 2025 - 13:07
 0  5
ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଚଢାଉ

ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଚଢାଉ । ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏସ୍‌ଟିଏଫ ଓ ସିଆରପିଏଫର ମିଳିତ ଚଢାଉ। ଚଢ଼ାଉରେ ମାଓବାଦୀଙ୍କ ଆଡ୍ଡା ସ୍ଥଳୀକୁ ନଷ୍ଟ କରିଛନ୍ତି ଝାଡ଼ଖଣ୍ଡ ସୁରକ୍ଷା ବାହିନୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓ ଦମନ ପ୍ରକ୍ରିୟାକୁ ବଢାଇଛି ଚାଇବାସା ଏସ୍‌ଟିଏଫ ଓ ସିଆରପିଏଫ ।ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳ ପଶ୍ଚିମ ସିଂହଭୂମ ଅଞ୍ଚଳରେ କରାଯାଇଛି  ଏହି ଚଢ଼ାଉ। ଚଢ଼ାଉ ରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ  ହୋଇଛି  ଜବତ। ସେହିଭଳି ୧୬ ଟି ମାଓ ବଙ୍କରକୁ ମଧ୍ୟ ଧ୍ୱଂସ କରାଯାଇଛି।

What's Your Reaction?

like

dislike

love

funny

angry

sad

wow