ମୁଦ୍ରାସ୍ଫୀତି

Feb 1, 2025 - 12:58
 0  1
ମୁଦ୍ରାସ୍ଫୀତି

ଭାରତରେ ଦୁଇ ପ୍ରକାରର ମୁଦ୍ରାସ୍ଫୀତି ଆକଳନ କରାଯାଏ। ଗୋଟିଏ ହେଉଛି ରିଟେରି ବା ଖୁଚୁରା ଓ ଅନ୍ୟଟି ହୋଲସେଲ ମୁଦ୍ରା ସ୍ଫୀତି। ଖୁଚୁରା ମୁଦ୍ରାସ୍ଫୀତି ହାର ସାଧାରଣ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟ ଉପରେ ଆଧାରିତ ହୋଇଥାଏ। ଏହାକୁ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ମଧ୍ୟ କୁହାଯାଏ। ଏଥିସହିତ, ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)ର ଅର୍ଥ ହେଉଛି ହୋଲସେଲ ବଜାରରେ ଜଣେ ବ୍ୟବସାୟୀ ଅନ୍ୟ ବ୍ୟବସାୟୀଙ୍କଠାରୁ ଦାବି କରୁଥିବା ମୂଲ୍ୟ। ମୁଦ୍ରା ସ୍ଫୀତି ମାପିବା ପାଇଁ ବିଭିନ୍ନ ଆଇଟମ୍ ସାମିଲ କରାଯାଏ। ଉଦାହରଣ ସ୍ୱରୂପ, ହୋଲସେଲ ମୁଦ୍ରାସ୍ଫୀତିରେ ଉତ୍ପାଦିତ ଦ୍ରବ୍ୟର ଅଂଶ ୬୩.୭୫%, ଖାଦ୍ୟ ୨୦.୦୨% ଏବଂ ଇନ୍ଧନ ଓ ଶକ୍ତି ୧୪.୨୩% ପରି ପ୍ରାଥମିକ ସାମଗ୍ରୀ ଗୁଡ଼ିକୁ ସାମିଲ୍ କରାଯାଏ। ସେହିପହିରି ଖୁଚୁଖୁଚୁରା ମୁଦ୍ରା ସ୍ଫୀତିରେ ଖାଦ୍ୟ ଏବଂ ଉତ୍ପାଦର ଅଂଶ ୪୫.୮୬%, ଗୃହ ୧୦.୦୭% ଏବଂ ଇନ୍ଧନ ସହିତ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ଅଂଶ ରହିଛି।ସେହିଭଳି କିଛି ରାଜ୍ୟରେ ମୁଦ୍ରାସ୍ଫିତ ୩ ପ୍ରତିଶତରୁ ବି କମ୍ ରହିଛି। ପରିସଂଖ୍ୟାନ ଅନୁଯାୟୀ, ଦେଶର ସର୍ବନିମ୍ନ ମୁଦ୍ରାସ୍ଫୀତି ଝାଡଖଣ୍ଡରେ ଦେଖାଯାଇଛି। ଯେଉଁଠାରେ ମୁଦ୍ରାସ୍ଫୀତି ହାର ୨ ପ୍ରତିଶତରୁ କମ୍। MSPI ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ଝାଡଖଣ୍ଡରେ ମୁଦ୍ରାସ୍ଫୀତି ହାର ୧.୭୨ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ଛତିଶଗଡରେ ମୁଦ୍ରାସ୍ଫୀତି ହାର ୨.୧୬ ପ୍ରତିଶତ, ଦିଲ୍ଲୀରେ ୨.୦୬ ପ୍ରତିଶତ, ହିମାଚଳ ପ୍ରଦେଶରେ ୨.୮୪ ପ୍ରତିଶତ, ରାଜସ୍ଥାନରେ ୨.୫୩ ପ୍ରତିଶତ, ତେଲେଙ୍ଗାନାରେ ୨.୮୮ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୨.୮୧ ପ୍ରତିଶତ ରହିଛି।

What's Your Reaction?

like

dislike

love

funny

angry

sad

wow