ରତ୍ନଭଣ୍ଡାର ଖୋଲିବା ପାଇଁ ୬ ତାରିଖରେ ବସିବ କମିଟିର ପ୍ରଥମ ବୈଠକ
ରତ୍ନଭଣ୍ଡାର ଖୋଲିବା ପାଇଁ ଆସନ୍ତା ୬ ତାରିଖ ବୈଠକ ଅନୁଷ୍ଠିତ କରାଯାଇ ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ରତ୍ନ ଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ କରି ଯାଞ୍ଚ କରାଯିବ ବୋଲି ମିଳିଛି ସୂଚନା । ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଆସନ୍ତା ୬ ତାରିଖରେ ବସିବ କମିଟିର ପ୍ରଥମ ବୈଠକ । କେଉଁ ପ୍ରକ୍ରିୟାରେ ଗଣତି ହେବ ଓ କେଉଁ ଏଜେନ୍ସି ସାମିଲ ହେବ ସେ ନେଇ ଉକ୍ତ ବୈଠକରେ ନିଆଯିବ ନିଷ୍ପତ୍ତି । ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ହୋଇଥିଲା କିନ୍ତୁ ଏ ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ଖୋଲାଯାଇନାହିଁ । ଚଳିତ ବର୍ଷ ରତ୍ନ ଭଣ୍ଡାର ଖୋଲିବା ପାଇଁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି ।
What's Your Reaction?