ରସୁଣର ଉପକାରିତା
ରସୁଣରେ ରହିଛି ଅନେକ ଔଷଧୀୟ ଗୁଣ। ଏହାକୁ ଖାଇବା ଦ୍ୱାରା ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ ବୋଲି ବିବେଚନା କରାଯାଏ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଖାଇବା ପୂର୍ବରୁ କିମ୍ବା ଖାଦ୍ୟ ସହିତ ଯଦି ଦୁଇ ପାଙ୍ଖୁଡା ରସୁଣ ଖାଆନ୍ତି, ତେବେ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରେ। ଏହା ଦ୍ୱାରା କି କି ଫାଇଦା ମିଳିଥାଏ, ଜାଣନ୍ତୁ
ଖାଇବା ପୂର୍ବରୁ ଖାଆନ୍ତୁ ଦୁଇ ପାଙ୍ଖୁଡ଼ା ରସୁଣ
ରକ୍ତଚାପ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ- ଖାଇବା ପୂର୍ବରୁ ରସୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ। ଏଥିରେ ସଲଫାଇଟ୍ ଯୌଗିକ ଥାଏ, ଯାହା ବିପି ଏବଂ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ। ଏହା ଦ୍ୱାରା ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହ୍ରାସ ହୋଇପାରେ।
ସଂକ୍ରମଣରୁ ରକ୍ଷା କରେ- ରସୁଣରେ ପ୍ରାକୃତିକ ଆଣ୍ଟିବାୟୋଟିକ୍ ଗୁଣ ଥାଏ, ଯାହା ବିଭିନ୍ନ ସଂକ୍ରମଣର ମୁକାବିଲା କରିବାରେ କରିଥାଏ ସାହାଜ୍ୟ। ରସୁଣ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ସମସ୍ୟାରୁ ମଧ୍ୟ ମିଳିଥାଏ ମୁକ୍ତି।
What's Your Reaction?