ରାଶିଫଳ

Nov 22, 2024 - 12:13
Nov 22, 2024 - 12:28
 0  3
ରାଶିଫଳ
ମେଷ
 ଉପସ୍ଥିତବୁଦ୍ଧି ଅନ୍ୟମାନଙ୍କୁ ଆପଣାର କରିବାରେ ସହାୟକ ହେବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତି ନେବା ଭଲ। କୌଣସି ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବୃଷ
ବିଳାସବ୍ୟସନ ଦିଗକୁ ମନ ଢଳିବ କିନ୍ତୁ ପାପଗ୍ରହ ପ୍ରଭାବରେ ପରିସ୍ଥିତି ଗୋଳମାଳିଆ ରହିବ। ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିପାରନ୍ତି। ଅଫିସରେ କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ। 
ମିଥୁନ
ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରି କାର୍ଯ୍ୟ ହାସଲରେ ସମର୍ଥ ହେବେ। ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ନ ହେବାରୁ ପାରିବାରିକ ସମ୍ପର୍କ ହାନି ଘଟିବ। ଆନୁଷ୍ଠାନିକ କିମ୍ବା ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କର୍କଟ
ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ନେଇପାରନ୍ତି। ସଭାସମିତିରେ ଆଲୋଚନା ଅମୀମାଂସିତ ରହିପାରେ। ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ। ସଭାସମିତିରେ କିମ୍ବା ଆଲୋଚନା କ୍ଷେତ୍ରରେ ସତକଥା କହି ବିବାଦୀୟ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ସଙ୍ଗୀତ ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଆଜିର ଗ୍ରହସ୍ଥିତି ଆପଣଙ୍କ ସାମଗ୍ରିକ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିପାରେ। ଭଲ ସମ୍ପର୍କ ନ ଥିବା କୌଣସି ବନ୍ଧୁଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ଆତ୍ମୀୟଙ୍କ ଅସହଯୋଗ ଏବଂ ଅସମ୍ମାନ ପାଇ ଦୁଃଖିତ ହେବେ। 
ତୁଳା
ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବା ସହ ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ସ୍ବାତୀ ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇପାରନ୍ତି।
ବିଛା
ଦୀର୍ଘଦିନ ହେଲା ଯାହା ପାଉ ନ ଥିଲେ ଆଜି ତାହା ପାଇ ଖୁସି ହୋଇଯିବେ।  ଯେକୌଣସି କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ରର ଅର୍ଥଲାଭ, ବନ୍ଧୁମିଳନ, ନୂତନ ସ୍ଥାନ ଭ୍ରମଣ ସୁଯୋଗ ପାଇବେ। ପ୍ରଶାସନିକ କ୍ଷେତ୍ରରେ ଅପ୍ରିୟ ସତ୍ୟ କହିବାରୁ ସମସ୍ୟା ଉପୁଜିପାରେ। 
ମକର
ଦୁଶ୍ଚିନ୍ତା କାରଣରୁ ଟେନ୍ସନ ଲାଗିରହିଥିଲେ ମଧ୍ୟ ଦୃଢ଼ତା ଓ ଧୈର୍ଯ୍ୟର ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, ମାଲିମକଦ୍ଦମା ପ୍ରଭୃତି କ୍ଷେତ୍ରରେ ଅଭିଳଷିତ ଫଳ ପାଇବେ। 
କୁମ୍ଭ
 ପୁରୁଣା ଜିନିଷ ବିକ୍ରୟ କରି ନୂତନ ଜିନିଷ କ୍ରୟ ସକାଶେ ମନ ବଳିବ। ପରିବାର ମଧ୍ୟରେ ଛୋଟ କଥାକୁ ଧରିବସନ୍ତୁ ନାହିଁ ନତୁବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅଦଳବଦଳ ହୋଇଯିବାର ବହୁତ ସମ୍ଭାବନା ରହିଛି।
ମୀନ
ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ରାଜନୈତିକ କ୍ଷେତ୍ରରେ, ସାଂଗଠନିକ ସ୍ତରରେ କିମ୍ବା ପ୍ରଶାସନିକ ନିଷ୍ପତ୍ତି ନେବା କ୍ଷେତ୍ରରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।

What's Your Reaction?

like

dislike

love

funny

angry

sad

wow