ରାଶିଫଳ

Apr 14, 2025 - 17:30
 0  5
ରାଶିଫଳ
ମେଷ
ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ହିଁ ପାଇବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ତର୍କ, ଆଲୋଚନା, ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ପାଇବେ। କେତେକ କ୍ଷେତ୍ରରେ ଆପଣଙ୍କ କଠୋର ସତ୍ୟ ବ୍ୟବହାରରେ ବନ୍ଧୁ ଅଭିମାନ କରିପାରନ୍ତି।
ବୃଷ
 ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ସମାଲୋଚିତ ହେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
ମିଥୁନ
ବକେୟା ପାଇବା ପାଇଁ ଅନ୍ୟ ମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ବାକ୍‍ ଚାତୁରି ଦ୍ୱାରା ଆପ୍ୟାୟିତ କରି ବନ୍ଧୁଙ୍କଠାରୁ କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ନୀତିଗତ କାମରୁ ପ୍ରଶଂସା ପାଇବେ କିନ୍ତୁ ପୂର୍ବପ୍ରସ୍ତୁତିରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
କର୍କଟ
 ନିର୍ମାଣ, ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କ ହେବ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଦୀର୍ଘଦିନର ଆଶା ଫଳବତୀ ହେବ। ମନ ପସନ୍ଦର କୌଣସି ଜିନିଷ ପାଇ ସାୟାହ୍ନେ ମନ ଖୁସି ହୋଇଯିବ।
ସି˚ହ
 ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ। କାର୍ଯ୍ୟବ୍ୟସ୍ତ କାରଣରୁ କୌଣସି କଥା ଠିକ୍‍ ରହିବ ନାହିଁ। ଅପେକ୍ଷା କରିଥିବା ଲୋକଟିର ଦେଖା ନ ପାଇବାରୁ ବିରକ୍ତି ଅନୁଭବ କରିପାରନ୍ତି।
କନ୍ୟା
ସମସ୍ୟା ସୁଧାରିବାରେ ଜଣେ ନିମ୍ନ ବର୍ଗର ଲୋକ ସାହାଯ୍ୟ କରିବ। ଘରେ ବନ୍ଧୁ ମିଳନ ସଙ୍ଗକୁ କୌଣସି ଆଲୋଚନା ସନ୍ତୋଷଜନକ ହୋଇପାରିବ । ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଧାର ସୂତ୍ରରେ ଅର୍ଥ ଆଣିପାରନ୍ତି।
ତୁଳା
ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ନିର୍ମାଣାଧୀନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ପଡ଼ୋଶୀଙ୍କ ଅବଦାନ ଅଭୁଲା ରହିବ।
ବିଛା
ଅନ୍ୟମାନଙ୍କ ସହ ମତାନ୍ତର କାରଣରୁ ମାନସିକ ଅବସ୍ଥା ଠିକ୍‍ ରହିବ ନାହିଁ ାିଁ ଆଜି ହିଁ ସମ୍ପନ୍ନ କରିବାକୁ ଚିନ୍ତା କରୁଥତ୍ବା କାମରେ ସଫଳତା ବିଳମ୍ବରେ ପାଇବେ। ଶିଳ୍ପ, ବାଣିଜ୍ୟ, କଳା ସାହିତ୍ୟ ଓ ରାଜନୈତିକ ସ୍ତରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଆର୍ଥିକ ସ୍ଥିତି ସୁଦୃଢ଼ ରହିବ ଓ କୌଣସି କାମ ମଧ୍ୟ ଅଟକିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ନୂତନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ମକର
 ପାରିବାରିକ ଅସ୍ଥିରତା ଦୂରେଇବାରେ ଆମତ୍ୀୟଙ୍କ ସହଯୋଗ ଜରୁରୀ ହୋଇପଡ଼ିବ। ଆନୁଷ୍ଠାନିକ କାମ, ସଭାସମିତି, ନୂତନ ଉଦ୍ୟୋଗ ଏବଂ ସାଂସ୍କୃତିକ କାମରେ ସହଭାଗୀ ହେବାକୁ ପଡ଼ିପାରେ। ଆନୁଷଙ୍ଗିକ କାମକୁ ହାସଲ ପାଇଁ ସାହାଯ୍ୟର ଦରକାର ପଡ଼ିବ ନାହିଁ।
କୁମ୍ଭ
ଯାତ୍ରାରେ ହଇରାଣ, ବିବାଦରେ ପରାଜୟ, ଗୃହାରମ୍ଭେ କ୍ଷତି, ଔଷଧ ସେବନରେ ହାନି ପଶୁ କ୍ରୟରେ କ୍ଷତିରେ ପଡ଼ିବେ। ଯୋଜନା କାଯର୍‍ୟକାରୀ କରିବାରେ ଉପକରଣର ଅଭାବ ପରିଲକ୍ଷିତ ହେବ। ସମ୍ପର୍କୀୟଙ୍କ ସାହାଯ୍ୟରେ ମାଙ୍ଗଳିକ ଉତ୍ସବ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ମୀନ
 ଯେ କୌଣସି କାମ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରିପାରିଲେ ଅବଶ୍ୟ ସଫଳତା ନିଶ୍ଚିତ ମିଳିବ। ମାତ୍ରାଧିକ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବଜନିତ ସ୍ବାସ୍ଥ୍ୟହାନି ଘଟିପାରେ।

What's Your Reaction?

like

dislike

love

funny

angry

sad

wow