ରାଶିଫଳ

Dec 17, 2024 - 11:44
 0  4
ରାଶିଫଳ
ମେଷ
ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୌଣସି ପକ୍ଷ ସମର୍ଥନ କରିବା ଠିକ୍‍ ହେବ ନାହିଁ। ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
 କୌଣସି ମୂଲ୍ୟବାନ୍‍ ଜିନିଷ କିଣିବା ସକାଶେ ଧାର କରିବାକୁ ପଡ଼ିପାରେ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳାକରି ସମାଲୋଚିତ ହେବେ। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ସହକର୍ମୀଙ୍କ ସହ ଅର୍ଥ କାରବାରକୁ କେନ୍ଦ୍ରକରି କଳହ ଲାଗିପାରେ। ବନ୍ଧୁ ଗହଣରେ ବେଶି ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ। ପୁନର୍ବସୁ ନକ୍ଷତ୍ରର ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। 
କର୍କଟ
ରାହୁଙ୍କ ପ୍ରଭାବରୁ ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ବାର୍ଥହାନି ଆଶଙ୍କାରେ ଦୂରେଇଯିବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିହେବ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। 
ସି˚ହ
ଅଷ୍ଟମସ୍ଥ ରାହୁ ଯୋଗୁ କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ବ୍ୟବସାୟରେ ଏବଂ ପରିବହନରେ ମନ ମୁତାବକ ସୁଫଳ ପାଇବେ।
କନ୍ୟା
ଅଷ୍ଟମାଧିପତି ଏକାଦଶସ୍ଥ ଯୋଗୁ ଆର୍ଥିକ ଅଭାବ ସାଙ୍ଗକୁ ପ୍ରତ୍ୟେକ କାମ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ଆମତ୍ୀୟଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ଟଣାଓଟରା ଲାଗିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ ଅଦାଲତରେ କାମର ଚାପ ବିଶେଷ ପରିମାଣରେ ବୃଦ୍ଧିପାଇବ।
ତୁଳା
ଅଷ୍ଟମଭାବସ୍ଥ ବୃହସ୍ପତିଙ୍କ କାରଣରୁ ଆଲୋଚନା କ୍ଷେତ୍ରରେ ଠିକ୍‍ କଥା କହିପାରିବେ ନାହିଁ। କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ କହି ସମସ୍ୟାକୁ ନିମନ୍ତ୍ରଣ କରିବେ। ବ୍ୟୟ ଭାର କମିଆସିବ, କିନ୍ତୁ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବା ସୂଚନା ମଧ୍ୟ ରହିଛି।
ବିଛା
ରାଶିରେ ବୁଧଙ୍କ ପ୍ରଭାବ ହେତୁ କାମର ଚାପ ବୃଦ୍ଧିରୁ ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ଆଜି ଯାହା ଯେମିତି ଛାହୁଁଛନ୍ତି କିମ୍ବା ଭାବୁଛନ୍ତି ଠିକ୍‍ ସେପରି ଫଳ ହାତେ ହାତେ ପାଇପାରିବେ। ବହୁଦିନ ହେଲା ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। 
ଧନୁ
 କୌଣସି କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତାକୁ ନେଇ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। ସଙ୍ଗଠନ, ରାଜନୀତି, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି ବ୍ୟସ୍ତତା ବୃଦ୍ଧି ପାଇବ।
ମକର
ବିଳମ୍ବରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ଆନୁଷ୍ଠାନିକ, ସାଙ୍ଗଠନିକ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହୋଇଯିବ। ମାଲିମକଦ୍ଦମାରେ ସଫଳତା ହାସଲ କରିବେ ଏବଂ ଆର୍ଥିକ ପରିସ୍ଥିତି ପ୍ରାୟତଃ ମନ୍ଦ ହେବନି।
କୁମ୍ଭ
 ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। କିନ୍ତୁ ବ୍ୟବସାୟ, ପରିବହନକୁ କେନ୍ଦ୍ରକରି ବାଦବିବାଦରେ ଆପୋସ ସମାଧାନ ଘଟିବା ଆଶା ରହିଛି। ସ୍ବାସ୍ଥ୍ୟ ସମସ୍ୟା ପୂର୍ବଭଳି ରହିବ।
ମୀନ
ଷଷ୍ଠାଧିପତି କର୍ମଭାବସ୍ଥ ଯୋଗୁ ବାକ୍‍ ଅସଂଯମତା ଜନିତ ସୁସମ୍ପର୍କ ବ୍ୟାହତ ହୋଇପାରେ। କ୍ରୀଡ଼ା, କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ମନୋଭାବ ଉପୁଜିବା ଆଶଙ୍କା ରହିଛି। ହଠାତ୍‍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ

What's Your Reaction?

like

dislike

love

funny

angry

sad

wow