ମେଷ
ଆଜି ମଙ୍ଗଳଙ୍କ ଦୃଷ୍ଟିରେ ଚନ୍ଦ୍ର ରହୁଥିବାରୁ ଯେମିତି ଭାବୁଥିବେ ତାହା ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ଆପଣଙ୍କ କାମରେ ଯୋଗଦେବା ପାଇଁ ଘରକୁ ବନ୍ଧୁମାନେ ଆସିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ବୃଷ
ଚନ୍ଦ୍ରଙ୍କ କୋଣସ୍ଥାନରେ ଶନି ଅବସ୍ଥାନ କରିଥିବାରୁ ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବୃଦ୍ଧି ପାଇବ। ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍ ଦୂର ହୋଇଯିବ।
ମିଥୁନ
କର୍ମକ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି। ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରି ଉପକୃତ ହୋଇପାରନ୍ତି।
କର୍କଟ
ଚନ୍ଦ୍ର କେନ୍ଦ୍ରରେ କର୍ମାଧିପ ରାଶିସ୍ଥ ହେତୁ କୈାଣସି ନୂତନ କର୍ମାରମ୍ଭ କରି ଖୁସି ରହିବେ। ସମସ୍ୟାର ଆଶଙ୍କା ଥିବାରୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ନିର୍ମାଣ, ଯୋଗାଯୋଗ, ପ୍ରେସ୍, ପବ୍ଲିକେଶନ, ପ୍ରଶାସନ, ଆଲୋଚନା ଓ ସଭାସମିତିରେ ସଫଳତା ପାଇବେ।
ସି˚ହ
ପାରିବାରିକ ସମସ୍ୟା ଚିନ୍ତାକରି ଶାନ୍ତି ବ୍ୟାହତ ହେବ। ପରୋକ୍ଷ ଶତ୍ରୁତା କାରଣରୁ ଟେନ୍ସନ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବାର ଆଶା ରହିଛି।
କନ୍ୟା
ସମସ୍ୟା ଲାଗିରହିଥିବାରୁ ନିକଟ ସମ୍ପର୍କୀୟଙ୍କ ସହଯୋଗରେ ଅର୍ଥପ୍ରାପ୍ତିର ଆଶା କରିପାରନ୍ତି। ଉତ୍ତରା ଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ସମୟ ଅନୁକୂଳ ନ ଥିବାରୁ ଯେକୈାଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବ୍ୟବସାୟିକ ସ୍ଥିତି ଭଲ ରହିଥିଲେ ମଧ୍ୟ ଋଣଭାରକୁ ଶୁଝିବା କଷ୍ଟକର ହେବ।
ତୁଳା
କର୍ମାଧିପତି ରାଶିରେ ଅବସ୍ଥାନ କରି ଆପଣଙ୍କୁ କର୍ମମୁଖର କରାଇବେ। ପରିବାର ଭିତରେ ସାଧାରଣ କଥାକୁ ନେଇ ବିବାଦ ଲାଗିପାରେ। କେତେକ ଅପୂରଣୀୟ ଆଶା ମନରେ ଆଲୋଡନ ସୃଷ୍ଟି କରିବ। ଆଜି ବାଣିଜ୍ୟ ଓ ବ୍ୟବସାୟ, ଆନୁଷ୍ଠାନିକ କାମରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିର ସୂଚନା ରହିଛି।
ବିଛା
ନିଜ ପରିସରରେ ଲୋକସମ୍ପର୍କ ଅବ୍ୟାହତ ରହିବା ଯୋଗୁ କାମଟି ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ବନ୍ଧୁ ପରିଜନଙ୍କ ସହିତ ଆଜିର ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। ଉପରିସ୍ଥଙ୍କ ସାହାଯ୍ୟ ହେତୁ ଅର୍ଥ ପ୍ରାପ୍ତିର ଆଶା ନିରର୍ଥକ ହେବ ନାହିଁ।
ଧନୁ
ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ସୃଷ୍ଟି ହେବ। ଭ୍ରମଣ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
ମକର
ଅର୍ଥ ସାହାଯ୍ୟ ଆଶାରେ ବନ୍ଧୁଙ୍କୁ ଅନୁସରଣ କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବ। ପ୍ରତିବେଶୀଙ୍କ ସହ ସମ୍ପର୍କ ଯୋଡିବା ସକାଶେ ଆପ୍ରାଣ ଚେଷ୍ଟା କରି ସଫଳତା ପାଇପାରନ୍ତି।
କୁମ୍ଭ
ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ। ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ରାଜନୀତି, ସଂଗଠନ, ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବନ୍ଧୁ ଅସୁବିଧା ସୃଷ୍ଟି କରିପାରନ୍ତି।
ମୀନ
ପରିବାରରେ ସନ୍ତାନଙ୍କ କୃତିତ୍ୱରୁ ଆନନ୍ଦ ଅନୁଭବ କରିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କରି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଖାପଛଡା କଥା ଓ ବେଖାତିର ମନୋଭାବ ଦୁଶ୍ଚିନ୍ତା ବୃଦ୍ଧି କରିବ।