ବିଜେଡିର ବିଜୁ ଜୟନ୍ତୀ କାର୍ୟ୍ୟକ୍ରମରେ ବିଜେପି ସରକାରଙ୍କୁ ନୀଶାଣ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

Mar 5, 2025 - 14:41
Mar 5, 2025 - 15:32
 0  3
ବିଜେଡିର ବିଜୁ ଜୟନ୍ତୀ କାର୍ୟ୍ୟକ୍ରମରେ ବିଜେପି ସରକାରଙ୍କୁ ନୀଶାଣ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ବିଜେଡିର ବିଜୁ ଜୟନ୍ତୀ କାର୍ୟ୍ୟକ୍ରମରେ ବିଜେପି ସରକାରଙ୍କୁ ନୀଶାଣ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।ସେ କହିଛନ୍ତି, ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ନେଇ ହୋଇଥିଲା ଉଦ୍ୟମ। ଏବେ ବିମାନ ବନ୍ଦର ନାଁ ପରିବର୍ତ୍ତନ ପାଇଁ  ହେଉଛି ଉଦ୍ୟମ। ୧୯୯୩ରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳିତ ହେଉଛି। କିନ୍ତୁ ଏବେ  ବଦଳାଇ ଦିଆଗଲା ତାରିଖ।ତାରିଖ ବଦଳାଇ ପାରିବେ, କିନ୍ତୁ ଲୋକଙ୍କ ଭଲ ପାଇବା ନୁହେଁ। ବିଜୁ ଲିଗାସୀ ଲିଭାଇବାକୁ ଭାଜପା ଉଦ୍ୟମ କରୁଛି ବୋଲି  କହିଛନ୍ତି ନବୀନ। ଭାଜପା ସରକାରକୁ ନବୀନ ଆହୁରି ପ୍ରଶ୍ନ କରିଛନ୍ତି କି, ଏସବୁ ପରେ ବି ‘ପାରାଦୀପ ପୋର୍ଟ, NIIT ରାଉରକେଲା ବନ୍ଦ କରିପାରିବେ କି? ସରକାର ଆସିବ ଯିବ ଏହା ଏକ ପ୍ରକ୍ରିୟା। ଇତିହାସ ବଦଳାଇବାକୁ କିଛି ବ୍ୟକ୍ତି ଚଳାଇଛନ୍ତି ଚେଷ୍ଟା।

What's Your Reaction?

like

dislike

love

funny

angry

sad

wow