ରାଶିଫଳ

ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ଆନୁଷ୍ଠାନିକ କାମଗୁଡିକ ସମ୍ପନ୍ନ ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ବହୁତ ଦିନର ପ୍ରଚେଷ୍ଟା ଆଜି ଫଳବତୀ ହେବ ଏବଂ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ମିଳିବ। କ୍ରନିକ ରୋଗରେ ଶାରୀରିକ କଷ୍ଟ ଅନୁଭବ କରିବେ। ଆଗମୀ ଦିନରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।
ଭାଇ, ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ। କଳା, ସାହିତ୍ୟ ଓ କ୍ରୀଡ଼ା ପ୍ରୀତିପ୍ରଦ ହେବାର ସୂଚନା ରହିଛି। ପାରିବାରିକ କ୍ଷେତ୍ରରେ ବିବାଦୀୟସ୍ଥିତିକୁ ଜାଣିଶୁଣି ଚୁପ୍ ରହିବାକୁ ବାଧ୍ୟ ହେବେ ା
ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ସାହିତ୍ୟ, ସଂସ୍କୃତି ତଥା କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ରାଶିକୁ ଚତୁଃଗ୍ରହ ଦୃଷ୍ଟି ଥିବାରୁ ବନ୍ଧୁଙ୍କ ସାହାଯ୍ୟ ଲାଭକରି କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିପାରିବେ। ପାରିବାରିକ ଖର୍ଚ୍ଚ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହୋଇପାରେ। ଶିଳ୍ପ, ବ୍ୟବସାୟ , ପ୍ରକାଶନ ଓ ଏଜେନ୍ସିପରୁ ଖୁସି ରହିବେ। ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିବେ।
ଧନାଧିପଙ୍କ ଦୃଷ୍ଟିରୁ ଅଟକି ରହିଥିବା ପ୍ରାପ୍ୟ ଆଜି ପାଇଯିବେ। ଆଜିର ସକାଳୁଆ ଯାତ୍ରା ପ୍ରାୟତଃ ଶୁଭପ୍ରଦ ହେବ କିନ୍ତୁ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ତଥାପି ଆପଣ ପ୍ରିୟକଥା କହି ସମସ୍ୟା ସମାଧାନ କରିବେ।
କର୍ମାଧିପଙ୍କ ଶୁଭତ୍ୱ ହେତୁ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବା ସାଙ୍ଗକୁ ଲୋକସମ୍ପର୍କ ବୃଦ୍ଧି ପାଇବ। ବନ୍ଧୁମାନଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶାରୀରିକ ସୁସ୍ଥତା କ୍ରମଶଃ ବୃଦ୍ଧି ପାଇବା କାରଣରୁ ଚିନ୍ତାମୁକ୍ତ ହୋଇପାରନ୍ତି।
ପ୍ରଶାସନିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ କୈଫିୟତ ଦେବାକୁ ପଡିପାରେ। ବୁଝାମଣା ଅଭାବରୁ ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହିବେ।
ବନ୍ଧୁ ଓ ପରିଜନଙ୍କ ସହିତ ତରବରିଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବାକୁ ଶ୍ରେୟ ମନେ କରିପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
What's Your Reaction?






