ରାଶିଫଳ

Apr 18, 2025 - 15:17
 0  4
ରାଶିଫଳ
ମେଷ
 ରବି ଉଚ୍ଚସ୍ଥ ହେତୁ ଅଫିସରେ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ କିନ୍ତୁ ଫଳ କିଛି ଭଲ ନ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନରେ ଶିଥିଳତା ଦେଖାଦେବାରୁ ମନ ଭଲ ରହିବ ନାହିଁ।
ବୃଷ
ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯାଇପାରେ। ଅଧିକାଂଶ ସମୟ ଅନ୍ୟମନସ୍କ ହେତୁକ କୌଣସି ଭୁଲ କାମ କରି ଅନୁତପ୍ତ ହେବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
 ପ୍ରଶାସନିକ ସ୍ତରରେ ରାଜକୀୟ ସମ୍ମାନ ପାଇବେ କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧା ଭୋଗିବେ। ବ୍ୟବସାୟରେ ଦୀର୍ଘଦିନର ଆଶା ଫଳବତୀ ହେବ। ପରିବାର ଭିତରେ ରୁକ୍ଷଭାଷାରେ ମନର ଭାବ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।
କର୍କଟ
 କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ କିନ୍ତୁ ସହକର୍ମୀମାନଙ୍କଠାରୁ ସହଯୋଗ ପାଇବେନି। ସାମାଜିକ କ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାର୍ଯ୍ୟରେ ଆଗଧାଡିର ବ୍ୟକ୍ତିଭାବରେ ପରିଗଣିତ ହେବେ। ଯାତ୍ରା, ବାଣିଜ୍ୟ ଓ ପରିବହନରେ ସଫଳତା ହାସଲ କରିବେ।
ସି˚ହ
ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସହ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ଆବଶ୍ୟକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଇଚ୍ଛା ଥିଲେ ମଧ୍ୟ ଲୋକାଚାରକୁ ଭୟ କରି କୌଣସି କାର୍ଯ୍ୟ କରିପାରିବେ ନାହିଁ ା
କନ୍ୟା
ଆଜି ବନ୍ଧୁଙ୍କୁ ଭେଟି ଆମତ୍ସନ୍ତୋଷ ଲାଭ କରିବେ। ଏକାଧିକ କାମରେ ହାତ ଦେବା ଠିକ୍‍ ହେବନାହିଁ , ଅଯଥା ଲାଭ ବଦଳରେ କ୍ଷତିରେ ପଡିପାରନ୍ତି। ଅପରାହ୍ନ ସମୟରେ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।
ତୁଳା
 ଆଶା କରୁଥିବା ଦିଗରୁ ଅର୍ଥ ପାଇବା ସହ ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ୱ ବଢ଼ିବା କାରଣରୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ପୂର୍ବ ରାଗକୁ ମନେପକାଇ ପାଖ ପଡୋଶୀମାନେ ହତାଦର ମନୋଭାବ ପୋଷଣ କରିବେ।
ବିଛା
 ଶିଳ୍ପ, ବ୍ୟବସାୟ, ସାମ୍ବାଦିକତା, ଏଜେନଶିପ୍‍ ପ୍ରଭୃତିରେ ସୁଫଳ ପାଇବେ। ଶୁଭେଚ୍ଛୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‍ବୁଦ୍ଧ ହେବେ। ଚେଷ୍ଟା କରୁଥିବା କାମରେ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ା
ଧନୁ
କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଅତିଥିଙ୍କ ଆଗମନରୁ ଘରେ ଖୁସିର ବାତାବରଣ ରହିବ। ଏପରି କେତେକ କଥା ମନ ଭିତରେ ରହିଯିବ ଯାହାକି କହିପାରିବେ ନାହିଁ କି ସମାଧାନ କରିବାର ମଧ୍ୟ ଉପାୟ ନ ଥିବ।
ମକର
 ଲୋକସମ୍ପର୍କ ବଢ଼ିବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ ବଢିଯିବ। ଆନୁଷ୍ଠାନିକ କାମ, ସଭାସମିତି, ଲେଖାପଢା, ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ କୂଟନୀତି ପ୍ରୟୋଗ କରି ନିଜର ପ୍ରାଧାନ୍ୟ ବିସ୍ତାର କରିପାରନ୍ତି।
କୁମ୍ଭ
 କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ସାମାଜିକ ସ୍ତରରେ ବୁଦ୍ଧିଜୀବୀ ତଥା ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡାରେ ପ୍ରଶଂସା ପାଇପାରନ୍ତି।
ମୀନ
ଆଇନ ସହାୟତା ଲାଭକରି ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। କଳା, ସାହିତ୍ୟ, ସଙ୍ଗୀତରୁ ସୁନାମ ମିଳିବ ଓ ବନ୍ଧୁ ମିଳନରୁ ଆନନ୍ଦିତ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି ।

What's Your Reaction?

like

dislike

love

funny

angry

sad

wow