ରାଶିଫଳ

କେବଳ ରବିଙ୍କ ସୁପ୍ରଭାବ ଯୋଗୁ କାମଗୁଡ଼ିକ ସମାପନ ହେବାର ଆଶା କରାଯାଇପାରେ । ଦ୍ୱିଜା ନକ୍ଷତ୍ର ଦୂରଯାତ୍ରା କରିପାରନ୍ତି ଓ ବ୍ୟବସାୟିକ ଦିଗଟି ଆଶାନୁଯାୟୀ ସଫଳତା ମିଳିବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ।
ସାହିତ୍ୟ, ସଙ୍ଗୀତ, ଆନୁଷ୍ଠାନିକ କାମ ଓ ପ୍ରବଚନାଦିରେ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିବେ। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ପରିବାର ଓ ଆତ୍ମୀୟ ସ୍ବଜନଙ୍କ ସହିତ ଆଳାପ ଆଲୋଚନାର ସୁଯୋଗ ଲାଭ କରିବେ।
ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବାରୁ ଏକ ପ୍ରକାର ହାଲୁକା ଅନୁଭବ କରିପାରନ୍ତି। ଆର୍ଦ୍ରା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଅଭିଳାଷ ପୂରଣ କରିପାରିବେ।
ପୁନର୍ବସୁ ନକ୍ଷତ୍ର ସକାଶେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ସାହାଯ୍ୟ କରିବ। ବାଣିଜ୍ୟ ଓ ପ୍ରଶାସନ, ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ।
ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ଘଟିପାରେ। ଶିଳ୍ପ, ବ୍ୟବସାୟରେ ପରୋକ୍ଷ ଶତ୍ରୁତା ଓ ପ୍ରତିବନ୍ଧକ ଯୋଗୁ ଟେନ୍ସନ ଲାଗି ରହିବ। ଆମତ୍ୀୟଙ୍କ ସହୃଦୟତାରୁ ପୂର୍ବାଫାଲଗୁନୀର ପାରିବାରିକ ଉନ୍ନତି ଖୁସି ଆଣିଦେବ।
ବନ୍ଧୁ ଗହଣରେ ଯଥାସମ୍ଭବ କମ୍ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିପାରିବେ। ସାମାଜିକ ସ୍ତରରେ ଖଳଲୋକଙ୍କ ମିଥ୍ୟାଭିଯୋଗ ମନକୁ ଭାରାକ୍ରାନ୍ତ କରିବ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ।
ଚିତ୍ରା ନକ୍ଷତ୍ର ଯେମିତି କଲେ ମଧ୍ୟ ପରିବାରରେ ସମାଲୋଚନାର ପାତ୍ର ହେବେ। କୌଣସି କଥା ନ ବୁଝି ବନ୍ଧୁ କ୍ରୋଧ ପ୍ରକାଶ କରିପାରନ୍ତି। ଶୁକ୍ରଙ୍କ ଶୁଭ ସଂସ୍ଥାନ ହେତୁ କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।
ସ୍ଥଗିତ ଥିବା ଅର୍ଥ ଓ ସମ୍ମାନ ପାଇବା ସହ ପ୍ରଶାସନିକ ସଫଳତା ମିଳିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆନୁଷ୍ଠାନିକ କ୍ଷେତ୍ର, ରାଜନୀତି, ପ୍ରଶାସନ ତଥା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ପୂର୍ବାଷାଢ଼ା ନକ୍ଷତ୍ରର ପାରିବାରିକ ଜୀବନ, ଲୋକ ସମ୍ପର୍କ, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଓ ବନ୍ଧୁମିଳନ ଜନିତ ଆନନ୍ଦ ପ୍ରଦାନ କରିବ। ଛୋଟ ଦୋକାନୀ, ହୋଟେଲ କ୍ଷେତ୍ରରୁ ଲାଭବାନ ହେବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
ବାହାର ଦୁନିଆରେ ଲୋକପ୍ରିୟତା ଶୀର୍ଷରେ ରହିଥିବା ସମୟରେ ପାରିବାରିକ କ୍ଷେତ୍ରରେ ଓଲଟା ପ୍ରତିଛବି ଦେଖିବାକୁ ପାଇବେ। ଧନିଷ୍ଠା ନକ୍ଷତ୍ରର ଆର୍ଥିକ ଦୁଃସ୍ଥିତି ମାନସିକ ସ୍ତରକୁ ସଂକୁଚିତ କରିବ। ଅବହେଳାଜନିତ ସବୁ କାମରେ ପଛୁଆ ହେତୁ ନିଜକୁ ଅପାରଗ ମନେ କରିପାରନ୍ତି।
ସବୁ ସମୟରେ ମିଶୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ସନ୍ଦେହଜନକ ଦୃଷ୍ଟିରେ ଦେଖି ପାରନ୍ତି। ପ୍ରଶାସନିକ କ୍ଷେତ୍ର, ଆଇନଅଦାଲତ ଓ ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଶତଭିଷା ନକ୍ଷତ୍ର କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଆନୁଷଙ୍ଗିକ ସାହାଯ୍ୟ ପାଇବେ।
What's Your Reaction?






