ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହେଲା ପୁଷ୍ପା ୨
ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା: ଦ ରୁଲ’ ରିଲିଜ୍ ହେବା ପୂର୍ବରୁ ଛନ୍ଦି ହୋଇଯାଇଛି ବିବାଦରେ। ଫିଲ୍ମର ଦର୍ଶକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ୍ କରିବାକୁ ଦାବି କରାଯାଉଛି। ହରିୟାଣାରେ ‘ପୁଷ୍ପା: ଦ ରୁଲ’ର ଏକ ସିନ୍ ବିରୋଧରେ ଅଭିଯୋଗ ଆସିଛି।ସୂଚନା ଅନୁଯାୟୀ, ହରିୟାଣାର ହିସାରରେ ପୁଷ୍ପା-୨କୁ ନେଇ ଦେଖାଦେଇଛି ଅନେକ ଅସନ୍ତୋଷ। ବାସ୍ତବରେ ହିସାରର ଏକ ଗାଁର ପୋଲିସ ଷ୍ଟେଶନରେ ଏହି ଫିଲ୍ମ ବିରୋଧରେ ହୋଇଛି ଅଭିଯୋଗ। ଏହି ଅଭିଯୋଗ ହିସାରର କୁଲଦୀପ କୁମାର ଆଣିଛନ୍ତି। ଏହି ଚଳଚ୍ଚିତ୍ର ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ସେ କରିଛନ୍ତି।ଅଭିଯୋଗକାରୀ କୁଳଦୀପ କହିଛନ୍ତି ଯେ ପୁଷ୍ପା-୨ର ଟ୍ରେଲରରେ ଅଲ୍ଲୁ ଅର୍ଜୁନଙ୍କୁ ଅର୍ଦ୍ଧନାରୀଶ୍ୱର ଭୂମିକାରେ ଦର୍ଶାଯାଇଛି। ଏଥିରେ ମା’ କାଳୀଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ତାଙ୍କ କହିବାନୁସାରେ, ଏହି ଦୃଶ୍ୟ ଧାର୍ମିକ ଭାବନାକୁ ମଧ୍ୟ କ୍ଷତି ପହଞ୍ଚାଉଛି। ଫିଲ୍ମରୁ ମା କାଳୀ ଏବଂ ଅଲ୍ଲୁ ଅର୍ଜୁନଙ୍କ ଅର୍ଦ୍ଧନାରୀଶ୍ୱର ଦୃଶ୍ୟ ହଟାଇବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଯଦି ଏହା କରା ନ ଯାଏ ତେବେ ସେମାନେ ଫିଲ୍ମ ହରିୟାଣାରେ ମୁକ୍ତିଲାଭ କରିବାକୁ ଦେବେ ନାହିଁ।
What's Your Reaction?