ରୋବୋଟିକ୍ ମାଉସ୍ 'ସ୍କ୍ୟୁରୋ'

ଚାଇନାର ବେଜିଂ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଉଦ୍ଭାବନ କରିଛନ୍ତି ଏକ ‘ରୋବୋଟିକ୍ ମାଉସ୍’। ଏହାର ନାମ ରଖାଯାଇଛି ସ୍କ୍ୟୁରୋ। ଏହି ରୋବୋଟିକ ମାଉସ୍ ବିଭିନ୍ନ କାର୍ଯ୍ୟରେ ନିପୁଣ ରହିଥିବାନେଇ ବୈଜ୍ଞାନିକମାନେ କହିଛନ୍ତି। ଏହି ରୋବୋଟିକ୍ ମାଉସ୍ର ଅନେକ କିଛି ବିଶେଷତା ରହିଛି । ଏହି ରୋବୋ ମୂଷା ଚାଲିପାରେ, ଦୌଡ଼ିପାରେ ଏବଂ ନିଜ ଓଜନରୁ ଅଧିକ ଓଜନର ଜିନିଷକୁ ଉଠାଇବାରେ ମଧ୍ୟ ସକ୍ଷମ ହୋଇ ପାରିଥାଏ। ସ୍କ୍ୟୁରୋ ନିଜଠାରୁ ଅନେକ ଗୁଣା ଭାରି ବସ୍ତୁକୁ ମଧ୍ୟ ଉଠାଇପାରିବ ବୋଲି ବୈଜ୍ଞାନିକମାନେ ବିଶ୍ୱାସ ରଖିଛନ୍ତି। ସ୍କ୍ୟୁରୋର ଆକାର ଛୋଟ ଏବଂ ପତଳା ହୋଇଥିବାରୁ ଏହା ଛୋଟ ସ୍ଥାନରେ ମଧ୍ୟ ରହିପାରିବ। ସେହିପରି ଏହି ରୋବୋ ଖୁବ୍ ଚାଲାକ ଏବଂ ଚତୁର ହୋଇଥିବା କୁହାଯାଇଛି। ବିଭିନ୍ନ ବିପଦ ସମୟରେ ଏହା ମଣିଷ ପାଇଁ ବେଶ୍ ଉପକାରୀ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶାବ୍ୟକ୍ତ କରିଛନ୍ତି।
What's Your Reaction?






