ଶୁଟିଂ ସେଟ୍ରେ ସଲମାନଙ୍କୁ ଧମକ

ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍ ମଧ୍ୟରେ ପଶି ସଲମାନଙ୍କୁ ଦେଇଛନ୍ତି ଧମକ। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି ଚିଲ୍ଲାଇବା ସହ ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି ବୋଲି ପଚାରିଥିଲେ। ସେଠାରେ ତାଙ୍କୁ ସୁରକ୍ଷା କର୍ମୀ କାବୁ କରିବାରେ ହୋଇଥିଲେ ସଫଳ। ଶିବାଜୀ ପାର୍କ ଥାନାରେ ପୋଲିସ ଉକ୍ତ ଯୁବକଙ୍କ କରୁଛି ପଚରାଉଚରା। ଯୁବକ ଜଣକ ନିଜକୁ ସଲମାନଙ୍କ ପ୍ରଶଂସକ ଭାବେ ପରିଚୟ ଦେଇଥିବା କହିଛି ପୋଲିସ।
What's Your Reaction?






