ନିର୍ବାଚନକୁ ନେଇ ଟେଲିର ସୀତା ସେୟାର କଲେ ମଜାଳିଆ ଭିଡିଓ

Jun 6, 2024 - 12:09
 0  2
ନିର୍ବାଚନକୁ ନେଇ ଟେଲିର ସୀତା ସେୟାର କଲେ ମଜାଳିଆ ଭିଡିଓ

ଗତମଙ୍ଗଳବାର ଜୁନ ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ କରାଯାଇଛି ଘୋଷଣା। ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି ଅନେକ ଅନେକ ପରିବର୍ତ୍ତନ । କିଛି ନେତା ବିପୁଳ ପରିମାଣ ଭୋଟରେ ବିଜୟୀ ହୋଇଥିବା ବେଳେ ଆଉ କିଛି ଟାଣୁଆ ନେତ ଚିତପଟାଙ୍ଗ ମାରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​କୌଣସି ଦଳ ହାସଲ କରିନାହାଁନ୍ତି ସଂଖ୍ୟାଗରିଷ୍ଠତା । ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ନେତା, ଅଭିନେତା, ଅଭିନେତ୍ରୀ ଓ ଖେଳାଳିମାନେ ସାମାଜିକ ଗଣମାଧ୍ୟମରେ ଲେ‌ାକସଭା ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ସେୟାର କରୁଛନ୍ତି।ଏହି କ୍ରମରେ ଦୁରଦର୍ଶନର ରାମାୟଣ ସିରିଏଲରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ନିଜର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଯାହାକି ଚର୍ଚ୍ଚାରେ ରହିଛି।ଦୀପିକା ଚିଖଲିଆ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର ଭିଡିଓ ସେୟାର କରି କହିଛନ୍ତି,, ଆପଣମାନେ ଯଦି ଗରମକୁ ନେଇ ଚିନ୍ତାରେ ଅଛନ୍ତି ତେବେ ମୁଁ କଣ କରିପାରିବି।ମୁଁ କଉ ସ୍ୱିଜରଲ୍ୟାଣ୍ଡରେ ଅଛି । ମୁଁ ବି ଚିନ୍ତା‌ରେ ଅଛି।’ ଏହି ଭିଡିଓ ସହିତ ଦୀପିକା ଚିଖଲିଆ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଏହା କେଉଁ ପ୍ରକାରର ଉତ୍ତାପ … ନିର୍ବାଚନ ହେତୁ ଏପରି ହେଉଛି କି ?

 

What's Your Reaction?

like

dislike

love

funny

angry

sad

wow