ସ୍ତ୍ରୀଙ୍କ ପାଇଁ ଏମିତି ଲେଖିଲେ ବିରାଟ କୋହଲି
ମ୍ୟାଚର ବିଜୟ ପରେ ବିରାଟ କୋହଲି ଭାବପ୍ରବଣ ହୋଇ ପଡ଼ିଆରେ ଅନ୍ତର୍ଜାତୀୟ ଟି-୨୦ରୁ କରିଥିଲେ ଅବସର ଘୋଷଣା। ଏହି ବିଜୟ ପରେ ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କାଙ୍କୁ ଭିଡିଓ କଲ କରିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ କରିଛନ୍ତି ପ୍ରେମ ବର୍ଷା । ବିରାଟ କୋହଲିଙ୍କ ସହ ବିବାହ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ସେ ପ୍ରତ୍ୟେକ ମ୍ୟାଚ୍ରେ ତାଙ୍କ ସହ ଅଛନ୍ତି। ତେବେ ଏହି ଫାଇନାଲ ମ୍ୟାଚରେ ଅଭିନେତ୍ରୀଙ୍କୁ ପଡିଆରେ ଦେଖିବାକୁ ମିଳି ନ ଥିଲା। ଅନୁଷ୍କାଙ୍କ ସହ ଫଟୋ ଶେୟାର କରି କୋହଲି କ୍ୟାପସନରେ ଲେଖିଛନ୍ତି – ମାଇ ଲଭ୍, ତୁମ ବିନା ଏସବୁ ସମ୍ଭବ ହୋଇପାରି ନ ଥାନ୍ତା। ତୁମେ ମୋତେ ନମ୍ର ରଖିବା ଶିଖାଇଛ। ଏହି ବିଜୟ ଯେତିକି ମୋର, ସେତିକି ତୁମର। ଧନ୍ୟବାଦ। ତୁମେ ଯେମିତି, ସେମିତି ସବୁବେଳେ ରହୁଥିବାରୁ ମୁଁ ତୁମକୁ ଭଲ ପାଏ।
What's Your Reaction?