ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ  ଆରମ୍ଭ କରିଛନ୍ତି ନିଜ ଜୀବନର ନୂତନ ଅଧ୍ୟାୟ।

Jun 19, 2024 - 13:32
 0  2
ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ  ଆରମ୍ଭ କରିଛନ୍ତି ନିଜ ଜୀବନର ନୂତନ ଅଧ୍ୟାୟ।

ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ‘ଇଡି ଫାଇଣ୍ଡ୍‌ସ ଏ ହୋମ୍‌’ ନାମକ ନିଜର ପ୍ରଥମ ଶିଶୁ ଚିତ୍ର ପୁସ୍ତକ ରବିବାର ଉନ୍ମୋଚନ କରିଛନ୍ତି। ମା’ ସୋନି ରାଜଦାନ ଏବଂ ଭଉଣୀ ଶାହିନ୍‌ ଭଟ୍ଟଙ୍କ ଉପସ୍ଥିତିରେ ମୁମ୍ବାଇର ‘ଜିଓ ୱାଲର୍‌ଡ ଡ୍ରାଇଭ୍‌’ରେ ଅନୁଷ୍ଠିତ ଶିଶୁ ସାହିତ୍ୟ ମହୋତ୍ସବର କାହାଣୀ ସଂସ୍କରଣରେ ଆଲିଆ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି। କାର୍ଯ୍ୟକ୍ରମ ଶେଷରେ ସେ ତାଙ୍କ ଶିଶୁ ପ୍ରଶଂସକମାନଙ୍କୁ ଭେଟିଥିବାର ମଧ୍ୟ ନଜର ଆସିଛନ୍ତି। ଇଡି ଫାଇଣ୍ଡ୍‌ସ ଏ ହୋମ୍‌’ ପୁସ୍ତକରେ ଇଡି ନାମକ ଏକ ପୋଷାକୁକୁର ସହ ଜଣେ ଛୋଟ ଝିଅର ବନ୍ଧୁତ୍ୱକୁ ନେଇ ବିଭିନ୍ନ ହୃଦୟସ୍ପର୍ଶୀ କାହାଣୀ ରହିଥିବା ଆଲିଆ ନିଜ ପ୍ରଶଂସକଙ୍କୁ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି।

What's Your Reaction?

like

dislike

love

funny

angry

sad

wow